ଦରବଢ଼ିଚାଲିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘ ୮୨ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ପୁନର୍ବାର ଗତ ରବିବାରଠାରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢ଼ିଚାଲିଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୫୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୫୮ ପଇସା ମହଙ୍ଗା ହୋଇଛି ।
ଏଥିସହ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ ୧.୭୮ ଟଙ୍କା ବୃଦ୍ଧି ପାଇଛି । ନୂଆ ଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଦର ୭୩ ଟଙ୍କାରେ ପହଚିଂଥିବା ବେଳେ ଡିଜେଲ ଦର ୭୧.୧୭ ଟଙ୍କାରେ ପହଂଚିଛି ।
ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଏହାର କାରଣ ହେଉଛି ଭାରତ ତା’ର ଆବଶ୍ୟକତାଠାରୁ ୮୦ ପ୍ରତିଶତ ଅଧିକ ତୈଳ ଆମଦାନୀ କରୁଛି । ତେବେ ତୈଳ ଦର ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ।ବଢ଼ିଚାଲିଲା ପେଟ୍ରୋଲ ଓ ଡିଜେଲ

Comments (0)
Add Comment