ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ଟେଷ୍ଟିଂଙ୍ଗ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୬୩,୨୦୯ କରୋନା ଟେଷ୍ଟେ କରାଯାଇଛି । ଏଥିମଧ୍ୟରୁ ଆରଟିପିସିଆର ୭୨୯୫, ୫୫୭୮୦ ଆଂଟିଜେନ ଓ ୧୩୪ ଟ୍ରୁନଟ ଟେଷ୍ଟ । ମୟୂରଭଞ୍ଜରେ ସର୍ବାଧିକ ୮୪୫୧ ଟେଷ୍ଟ କରାଯାଇଥିବା ବେଳେ ୮୨୪୩ କେନ୍ଦ୍ରାପଡା ଓ ଗଞ୍ଜାମରେ ୮୧୨୨ ଟେଷ୍ଟିଂଙ୍ଗ କରାଯାଇଛି ।