ଦିନକରେ ୮୨୧୬ ପଜିଟିଭ, ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୮୨୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ ଦିନକ ମଧ୍ୟରେ ସର୍ବାଧିକ ୧୨୭୧ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ପ୍ରାଣ ହରାଇଛନ୍ତି ଏହି ଜିଲ୍ଲାରେ । ଗୋଟିଏ ଦିନରେ ସୁନ୍ଦରଗଡ ୬୩୬, କଟକ ୪୪୭, ପୁରୀ ୪୦୨, ଅନୁଗୁଳ ୩୯୪, ସମ୍ବଲପୁର ୩୮୫, ବରଗଡ ୩୭୫, ଯାଜପୁର ୩୪୭, ନବରଙ୍ଗପୁର ୩୧୯, ଝାରସୁଗୁଡା ଜିଲ୍ଲାରେ ୩୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବଲାଙ୍ଗୀରରୁ ୩୦୫, ବାଲେଶ୍ୱର ୩୦୨, ନୂଆପଡା ୨୬୧, ନୟାଗଡ ୨୫୦, ସୁବର୍ଣ୍ଣପୁରରୁ ୨୪୮ ଜଣ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଷ୍ଟେଟ ପୁଲରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୨୩୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ରାୟଗଡ଼ାରୁ ୨୩୨, ମୟୁରଭଞ୍ଜ ୧୯୦, କୋରାପୁଟ ୧୩୩, କେନ୍ଦୁଝର ୧୨୯, ଗଜପତି ୧୨୧, ଜଗତସିଂହପୁର ୧୦୬, ବଉଦ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡା ୮୭, କନ୍ଧମାଳ ୬୭, ଗଞ୍ଜାମ ୬୯, ଭଦ୍ରକ ୬୩, ଢ଼େଙ୍କାନାଳ ୪୭, ମାଲକାନଗିରିରୁ ୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

Comments (0)
Add Comment