ଦିଲ୍ଲୀରେ ବଢିଲା ଆଉ ସପ୍ତାହେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଳୀରେ ଆଉ ସପ୍ତାହକ ପାଇଁ ଲକ୍‌ଡାଉନ୍ ଅବଧି ବଢାଇ ଦିଆଯାଇଛି । ରାଜ୍ୟର ମୁୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଘୋଷଣା କରିଛନ୍ତି ।
ସିଏମ୍ କେଜ୍ରିୱାଲ୍ କହିଛନ୍ତି, ଯଦି କରୋନା ମାମଲା କମୁଛି, ତାହେଲେ ମେ’ ୩୧ ତାରିଖରୁ ଧିରେ ଧିରେ କିଛି ଗତିବିଧି ସହ ଦିଲ୍ଳୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁଦ୍ଧ ଏବେ ବାକି ଅଛି ଏବଂ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଗତ ୨୪ ଘଂଟାରେ ମୁଁ କିଛି ଲୋକଙ୍କୁ ପଚାରିଲି ଯେ କ’ଣ କରାଯିବ । ସମସ୍ତେ ଏକ ସ୍ୱରରେ କହିଲେ ଯେ, ଆଉ ସପ୍ତାହେ ପାଇଁ ଲକ୍‌ଡାଉନ୍ ଅବଧିକୁ ବଢାଇ ଦିଆଯାଉ ।

Comments (0)
Add Comment