ଦୁଇ ଦିନିଆ ଜାପାନ ଗ୍ରସ୍ତରେ ଯିବେ ଜୟଶଙ୍କର


ନୂଆଦିଲ୍ଲୀ- ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ସାମିଲ ହେବାପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୬ ଓ ୭ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ । ଜାପାନ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଜୟଶଙ୍କର ତାଙ୍କ ଜାପାନର ପ୍ରତିପକ୍ଷ ତୋସିମଟୁ ମୋଟେଗିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଟୋକିଓ ଗ୍ରସ୍ତରେ ଆସିବେ । ଏହି ସମୟରେ ଦୁଇ ମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥ, ଦ୍ୱିପାକ୍ଷିକ ଏବଂ ଆଂଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ସେହିପରି ୭ ତାରିଖରେ ଭାରତ, ଅଷ୍ଟ୍ରେଲିଆ, ଜାପାନ,ଆମେରିକା ମନ୍ତ୍ରୀସ୍ତରୀୟ ବୈଠକ ହେବ । ଏଥିରେ ଚାରି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗଦେବେ । ଆତଙ୍କବାଦ, ସାଇବର ଏବଂ ସାମୁଦ୍ରିକ ସୁରକ୍ଷା, ବିକାଶ ଅର୍ଥ, ମାନବିକ ସହାୟତା ଏବଂ ବିପର୍ଯ୍ୟୟ ମୁକାବିଲା ସମୟରେ ସହଯୋଗ ଉପେର ଚାରି ଦେଶର ବୈଦେଶିକ ମନ୍ତ୍ରୀ ବୈଠକ କରିବେ । ସେହିପରି ଭାରତ-ପ୍ରଶାନ୍ତ ମହାସାଗରରେ ଯୋଗାଯୋଗ, ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାରିକ ସହଯୋଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି ।

Comments (0)
Add Comment