ଦୁର୍ଗାପୂଜା ପାଇଁ ମିଳିଲା ଅନୁମତି


କଟକ-କୋଭିଡ କଟକଣା ସତ୍ୱେ ଚଳିତ ବର୍ଷ ଦୁର୍ଗାପୂଜା ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବିନା ଭକ୍ତରେ କଟକ ମଣ୍ଡପଗୁଡିକରେ ଦୁର୍ଗାପୂଜା ପାଇଁ ଅନୁମତି ମିଳିଛି । କରୋନା ପରିସ୍ଥିତକୁ ଦୃଷ୍ଟିରେ ରଖି ସର୍ବାଜନୀନ ପୂଜାକୁ ଅନୁମତି ଦିଆଯାଇନି । ଦୁର୍ଗପୂଜା ପାଇଁ ଅନୁମତି ମିଳିବା ପରେ କଟକ ବାସୀଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳିଛି । କରୋନା ପାଇଁ କଟକରେ ଚଳିତ ବର୍ଷ ସର୍ବାଜନୀନ ଗଣେଶ ପୂଜା ପାଇଁ ଅନୁମତି ମିଳିନଥିଲା ।

Comments (0)
Add Comment