ଦେଢ଼ ମାସ ପରେ ଆଉ କୋହଳ ନାହିଁ

ନୂଆଦିଲ୍ଲୀ: ଜାନୁଆରୀ ୧ରୁ ଫାଷ୍ଟଟ୍ୟାଗ୍ ବ୍ୟବହାର ଅନିର୍ବାର୍ଯ୍ୟ ଥିଲା। ଏବେ ଏହାର ଅବଧି ଦେଢ଼ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍ ପେବୃଆରୀ ୧୫ରୁ ଫାଷ୍ଟଟ୍ୟାଗ ବ୍ୟବହାର ଅନିର୍ବାର୍ଯ୍ୟ ହେବ। ଫାଷ୍ଟଟ୍ୟାଗ ଲାଗିଥିଲେ ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଅଟୋମେଟିକ ଦେୟ କଟିଯିବ। ଅର୍ଥାତ୍ ଟୋଲପ୍ଲାଜା ସ୍ୱୟଂଚାଳିତ ହୋଇଯିବ। ଏଭଳି ହେଲେ ଇନ୍ଧନ ସଞ୍ଚୟ ହେବା ସହିତ ସମୟ ଏବଂ ପ୍ରଦୂଷଣ କମିବ ବୋଲି ସରକାର କହିଛନ୍ତି। ଡିସେମ୍ୱର ୨୪ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଥିଲେ ଜାନୁଆରୀ ୧ରୁ ଫାଷ୍ଟଟ୍ୟାଗ ଅନିର୍ବାର୍ଯ୍ୟ ରହିବ। ଫାଷ୍ଟଟ୍ୟାଗ ହେଉଛି ଏକପ୍ରକାର ଷ୍ଟିକର। ଯେଉଁଥିରେ ରେଡିଓ ଫ୍ରିକ୍ୟୁଏନ୍ସି ଟେକ୍ନୋଲଜି ରହିଛି। ଟୋଲପ୍ଲାଜା ଅତିକ୍ରମ କରିବା ବେଳେ ଏହି ଷ୍ଟିକର ସହିତ ସଂଯୁକ୍ତ ହୋଇଥିବା ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ କିମ୍ୱା ଓ୍ୱାଲେଟରୁ ଆବଶ୍ୟକ ପଇସା କଟିଯିବ।

Comments (0)
Add Comment