ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଡ ହୋଇଥିଲା କିନ୍ତୁ ଏଥରର ଦ୍ୱିତୀୟ ଲହରର ‘ତୋଫାନ୍’ ଦେଶକୁ ଥରାଇଦେଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ମାସିକ ବେତାର କାର୍ଯ୍ୟକ୍ରମ ମନକି ବାତ୍’ର ୭୬ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା କହିବା ସଙ୍ଗେ ସଙ୍ଗେ କୋଭିଡ୍ର ଏହି ପ୍ରବାହକୁ ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଲଜାନ ଉତ୍ପାଦନ ଆଦି ଅନେକ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ।
ସେ କହିଲେ ଯେ, କୋଭିଡ-୧୯ ଆମର ଧୈର୍ଯ୍ୟ ଓ ଯନ୍ତ୍ରଣା ସହନଶୀଳତା ପରୀକ୍ଷା କରୁଥିବା ବେଳେ ମୁଁ ଆପଣମାନଙ୍କୁ ଏ ସବୁ କଥା କହୁଛି । ଆମ ପ୍ରିୟପରିଜନଙ୍କ ମଧ୍ୟରୁ ଅନେକ ଆମକୁ ଅକାଳରେ ଛାଡି ଚାଲିଗଲେଣି । ସମ୍ପ୍ରତି ଆମର ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନେ କୋଭିଡ-୧୯ ବିପକ୍ଷରେ ଗୋଟାଏ ମହାସଂଗ୍ରାମ ଲଢୁଛନ୍ତି । ଗତ ବର୍ଷେ ହେଲା, ମହାମାରୀ ଉପରେ ସେମାନେ ବହୁ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି ।
କେବଳ ସମର୍ଥôତ ସୂତ୍ରରୁ କୋଭିଡ-୧୯ ସଂକ୍ରାନ୍ତ ସୂଚନା ସଂଗ୍ରହ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି । ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ରୋଗୀମାନଙ୍କୁ ଅନ୍ଲାଇନ୍ରେ ଡାକ୍ତରମାନେ ପରାମର୍ଶ ଦେବା ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିି, ଟିକା ବିଷୟରେ କୌଣସି ଗୁଜବର ସରବ୍ୟ ହୁଅନ୍ତୁ ନାହିଁ ।
ସାମ୍ପ୍ରତିକ କୋଭିଡ୍ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରମାନଙ୍କ ଉଦ୍ୟମକୁ ଆଗେଇ ନେବା ନିମନ୍ତେ ଭାରତ ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ମାଗଣାରେ ଟିକା ପଠାଇଛନ୍ତି ବୋଲି ଆପଣମାନେ ଜାଣିଥିବେ । ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ଏଥିରେ ଉପକୃତ ହୋଇପାରିବେ । ମେ ପହିଲାରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବ୍ୟକ୍ତି ପାଇଁ ଟିକା ମିଳିବ ।
ନିଜ ନିଜର କର୍ମଚାରୀମାନଙ୍କୁ ଟିକା ଦେଇ ଦେଶର କର୍ପୋଟେଣ୍ ସେପ୍ଟର ମଧ୍ୟ ଟିକାକରଣ ଅଭିଯାନରେ ଅଂଶଗ୍ରହଣ କରିପାରିବ । ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କର ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ମୁକ୍ତ ଟିକାକରଣର ଫାଇଦା ଯଥା ସମ୍ଭବ ଅଧିକ ଲୋକେ ପାଆନ୍ତୁ ବୋଲି ସୁନିଶ୍ଚିତ ହେବାକୁ ରାଜ୍ୟମାନଙ୍କୁ ମୋର ଅନୁରୋଧ । ରାଜ୍ୟମାନଙ୍କୁ ସହାୟଦା କରିବା ଲାଗି କେନ୍ଦ୍ର ସମସ୍ତ ଶକ୍ତି ଉପଯୋଗ କରୁଛି ।
କୋଭିଡ-୧୯ ଯୁଦ୍ଧରେ ଆମ୍ବୁଲାନ୍ସ ଚାଳକମାନଙ୍କର ଅବଦାନ ବିପୁଳ । ସେମାନଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଛି । କୋଭିଡ୍କୁ ପରାଜିତ କରିବା ଲାଗି ଆମେ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଉପଦେଶ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ ।