ଦେଶରୁ ହଟିଲା ଚୀନର ଦୁଇ ଆପ୍

ନୂଆଦିଲ୍ଲୀ: ନିକଟ ଅତୀତରେ ଚୀନର ଶତାଧିକ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିବା ବେଳେ ପୁଣି ଦୁଇ ଲୋକପ୍ରିୟ ଆପ୍ ଭାରତରୁ ବ୍ୟାନ୍ ହୋଇଛି । ବାଇଦୁ ସର୍ଚ ଏବଂ ୱାଇବୋ ଆପ୍କୁ ଭାରତରେ ବ୍ୟାନ୍ କରାଯାଇଥିବା ସୂଚନା ରହିଛି । ୨୦୦୯ ମାସରେ ଲଞ୍ଚ ହୋଇଥିବା ୱାଇବୋ ଆପ୍ର ଏବେ ସୁଦ୍ଧା ୫୦୦ ମିଲିୟନ୍ରୁ ଉର୍ଦ୍ଧ ପଞ୍ଜିକୃତ ଉପଭୋକ୍ତା ଅଛନ୍ତି ।
ଏହି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଅନ୍ୟତମ ଷ୍ଟାର ଉପଭୋକ୍ତା । ମୋଦୀ ଚୀନ୍ର ଏହି ଆପ୍ରେ ୨୦୧୫ ମସିହାରେ ଏକ ଆଉକାଉଂଟ ଖୋଲିଥିଲେ ।
ତେବେ ବାଇଦୁ ସର୍ଚ ଏବଂ ୱଇବୋ ଆପ୍କୁ ଏବେ ଗୁଗୁଲ୍ ଏବଂ ଅପ୍ରେଲ ଆପ୍ ଷ୍ଟୋରରୁ ହଟାଇବାକୁ କୁହାଯାଇଛି । ଗତ ଜୁଲାଇ ୨୭ ତାରି୍ଖରେ ସରକାର ଯେଉଁ ୪୭ଟି ଆପ୍କୁ ବ୍ୟାନ୍ କରିବାକୁ ଘୋଷଣା କରିଥିଲେ ଏହି ଦୁଇ ଆପ୍ ସେହି ତାଲିକାରେ ରହିଛି ।
ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ଜୁନ୍ ୨୯ ତାରିଖରେ ଚୀନ୍ ଉପରେ ହୋଇଥିଲା ପ୍ରଥମ ଡିଜିଟାଲ ଷ୍ଟା୍ରଇକ୍ । ସେ ସମୟରେ ଭାରତ ସରକାର ଟିକ୍ଟକ୍ ସମେତ ୫୯ଟି ଚୀନ୍ ଆପ୍କୁ ଦେଶରୁ ବ୍ୟାନ୍ କରିିବାକୁ ଘୋଷଣା କରିଥିଲେ ।
ଦ୍ୱିତୀୟ ଥର ବ୍ୟାନ ନିଷ୍ପତି ସମୟରେ ସରକାର କ୍ଲୋନ୍ ଏବଂ କିଛି ଅରିଜିନାଲ୍ ଆପ୍ର ବିଭିନ୍ନ ଭର୍ସନକୁ ବ୍ୟାନ୍ କରିବାକୁ ଘୋଷଣା କରିଥିଲେ । ଦେଶର ସୂରକ୍ଷା ଓ ଗୋପୀୟତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଆଣି ସରକାର ଏହି ସବୁ ଆପ୍କୁ ଭାରତରୁ ହଟାଇବାର ନିଷ୍ପତି ନେଇଥିଲେ ।

Comments (0)
Add Comment