ଦେଶରେ ଆଉ ୧,୨୦,୫୨୯ ପଜିଟିଭ୍ : ୩,୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୫୮ ଦିନପରେ ଆଜି ଦିନକରେ ୧,୨୦,୫୨୯ କରୋନା ରେ ସଂକମିତ ହୋଇଥିଲା ବେଳେ ୩,୩୮୦ଜଣ ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ ପହଞ୍ଚିଛି ।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭,୮୯୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୭,୯୫,୫୪୯ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫,୫୫,୨୪୮ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨,୭୮,୬୦,୩୧୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୪ ତାରିଖ ସୁଦ୍ଧା ସମୁଦାୟ ୩୬,୧୧,୭୪,୧୪୨ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୨୦,୮୪,୪୨୧ଟି ନମୁନା ।

Comments (0)
Add Comment