ଦେଶରେ କରୋନାର ନୂଆ ଷ୍ଟ୍ରେନ: ପୁଣି ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ଷ୍ଟ୍ରେନ ଆକ୍ରନ୍ତ ପୁଣି ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ସକ୍ଷମ ହେବାରେ ଲାଗିଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଜି ଆଉ ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେଇଛି। ଏଥିସହ ମୋଟ ନୂଆ କରୋନା ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣଙ୍କୁ ସରକାରୀ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହୋମ ଆଇସୋଲେସନରେ ନ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ବ୍ରିଟେନ ଫେରନ୍ତା ନା ଆଉ କିଏ, ସେକଥା ଏଯାଏ ସ୍ପଷ୍ଟ କରିନାହାନ୍ତି। ସେହିପରି ସେମାନେ କେଉଁ ସବୁ ରାଜ୍ୟର, ସେକଥା ମଧ୍ୟ ଜଣାପଡ଼ିନାହିଁ।

Comments (0)
Add Comment