ଦେଶରେ ଗତ ୨୪ଘଂଟାରେ ୯୦ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା


ନୂଆଦିଲ୍ଲୀ- ଆଜି ଦେଶରେ ସାର୍ବଧିକ ୯୦,୮୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୨,୫୦,୪୨୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଥିବା ବେଳେ ୭୧,୬୪୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଇସିଏମଆର କହିବା ମୁତାବକ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ୪,୯୫,୫୧,୫୦୭ ସମ୍ପାଲୁ ଟେଷ୍ଟେ ହୋଇଥିବା ବେଳେ ଗତକାଲି ୭,୨୦,୩୬୨ ସାମ୍ପୁଲ ଟେଷ୍ଟ ହୋଇଥିଲା ।

Comments (0)
Add Comment