ଦେଶରେ ଘଂଟାକୁ କରୋନା ନେଉଛି ୧୫୦ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁଦିନ ରେକର୍ଡ ସୃଷ୍ଟି କରୁଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗୁଛି । ଦେଶରେ ଏବେ ଦୈନିକ ହାରାହାରି ମୃତ୍ୟୁ ୪ହଜାର ମୁହାଁ ହୋଇଛି । ମିଳିଥିବା ଏକ ପରିସଂଖ୍ୟାନରୁ ଦେଶରେ ଘଂଟାକୁ ୧୫୦ଜଣ ମୃତ୍ୟୁ ବରଣ କରୁଥିବା କୁହାଯାଇଛି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ୧୪ ହଜାର ଅତିକ୍ରମ କରିଛି । ଗତ କିଛିଦିନ ଧରି ଦେଶରେ ଦୈନିକ ୩ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବାସହିତ ଗତ ୧୦ଦିନ ଧରି ଘଂଟାକୁ ହାରାହାରି ୧୫୦ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି । ୧୦ ଦିନ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬,୧୧୦ ହୋଇଛି, ଯାହା ବିଶ୍ୱର ଗୋଟିଏ ଦେଶରେ ୧୦ ଦିନକରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ବୋଲି ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାଯାଇଛି, ଆମେରିକାରେ ୧୦ ଦିନରେ କରୋନା ମୃତ୍ୟୁସଂଖ୍ୟା ୩୪,୭୯୮ ଏବଂ ବ୍ରାଜିଲ୍‌ରେ ଏହା ୩୨,୬୯୨ ରହିଛି । ସେହିଭଳି ମେକ୍ସିକୋ ଏବଂ ବ୍ରିଟେ୍‌ରେ ଏହା ଯଥାକ୍ରମେ ୧୩,୮୯୭ ଓ ୧୩,୨୬୬ ରହିଥିବା ଜଣାଯାଇଛି । ତାହାସହିତ ଚଳିତ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟିକୁ ଅତିକ୍ରମ କରିଛି । ଗତକାଳି ଗୋଟିଏ ଦିନରେ ୪ଲକ୍ଷ ୧୪ହଜାର ୧୮୮ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧିପାଇଛି । କରୋନା ମହାମାରୀକୁ ମୁକାବିଲା କରିବାରେ ଭାରତର ସ୍ୱାସ୍ଥ୍ୟସେବା ପର୍ଯ୍ୟାପ୍ତ ହେଉନଥିବାବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇଛନ୍ତି । ବିଶେଷକରି ଦେଶରେ ଡାକ୍ତରଖାନା ଅମ୍ଲଜାନ ନିଅଂଟ ପରିସ୍ଥିତି ସୁଧାରିବାକୁ ବିଦେଶୀ ରାଷ୍ଟ୍ରଗୁଡିକ ଅମ୍ଲଜାନ ସାନ୍ଦ୍ରକ, ଅମ୍ଲଜାନ ଥଳି, ଟ୍ୟାଙ୍କର ସମେତ ତରଳ ଅମ୍ଲଜାନ ଯୋଗାଇବାରେ ଲାଗିଛନ୍ତି । ଏପରିକି ଦେଶ ଭିତରେ ଅମ୍ଲଜନା ଉତ୍ପାଦନ ବୃଦ୍ଧି କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ

Comments (0)
Add Comment