ନୂଆଦିଲ୍ଲୀ:   ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଗତ ୨ଦିନ ଧରି ୪ଲକ୍ଷ ତଳକୁ ଖସିଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛିି । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଆଜି ଦିନକରେ ଦେଶରେ ୪୨୦୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩,୪୮,୪୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୩୩,୪୦,୯୩୮ ଓ ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଞ୍ଚିଛି । 
 ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୫୫,୩୩୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁନାୟ ସୁସ୍ଥତାସଂଖ୍ୟା ୧,୯୩,୮୨,୬୪୨ରେ ପହଞ୍ଚିଛି । 
 ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୦୪,୦୯୯ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୫୨,୩୫,୯୯୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । 
 ଏହି ଭୂତାଣୁଜନିତ ରୋଗ  ଚିହ୍ନଟ ପାଇଁ ମେ ୧୧ତାରିଖ ସୁଦ୍ଧା ସମୁଦାୟ ୩୦,୭୫,୮୩,୯୯୧ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୯,୮୩,୮୦୪ଟି ନମୁନା ।