ଦେଶରେ ୫୧,୬୬୭ ସଂକ୍ରମିତ: ୧୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରୁଛି । ୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ ରହୁଛି । ଦୀର୍ଘ ଏକ ସପ୍ତାହ ହେବ ପଜିଟିଭ ହାର ୩.୦୦% ରହୁଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୩୪,୪୪୫କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୩,୩୧୦ରେ ପହଞ୍ଚିଛି । ଦିନକରେ ଆଉ ୬୪,୫୨୭ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୨୮,୨୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୬.୬୬% ।
୬,୧୨,୮୬୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ମୋଟ ୩୦,୭୯,୪୮,୭୪୪ ଟିକା ନେଇ ସାରିଥିବା ବେଳେ ଦେଶରେ ୨୪ ଘଣ୍ଟାରେ ୬୦.୭୩ ଲକ୍ଷ ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Comments (0)
Add Comment