ଧାନ ବିକ୍ରୀରୁ ବଞ୍ଚିତ ହେବେନି ପଞ୍ଜିକୃତ ଚାଷୀ

ଭୁବନେଶ୍ୱର : ରାଜ୍ୟରେ ଧାନ ବିକ୍ରୀରୁ କୌଣସି ପଞ୍ଜିକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ଆଜି ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧାନମଣ୍ଡି ସମ୍ପର୍କରେ ନିଜ ଆଡୁ ଏକ ବିବୃତି ଦେଇ କହିଛନ୍ତି ଯେ, ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣାଯିବ । ବର୍ତମାନ ସୁଦ୍ଧା ୬୧ ଲକ୍ଷ ୬୪ ହଜାର ମେଟିକ ଟନ୍ ଧାନ କିଣାଯାଇଛି । ଏବେବି ଧାନ କିଣା ଜାରୀ ରହିଛି । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି । ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି । ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ମାନେ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ଆମେ ତାର ସମାଧାନ କରିବୁ । ୧୦୦ ପ୍ୟାକସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁÂାନ ହୋଇଛି । ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିିଧାୟକଙ୍କ ଆଲୋଚନା ପରେ ଆଜି ଗୃହ ସ୍ୱାଭାବିକ ହୋଇଥିଲା । ଧାନକିଣାକୁ ଏବଂ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଦୀର୍ଘ ୬ଦିନ ଧରି ବିଧାନସଭାର କାର୍ଯ୍ୟକ୍ରମ ଅଚଳ ହୋଇପଡିଥିଲା । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟଗୋଳ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଧ୍ୱନୀମାନ ଦେବା ଯୋଗୁଁ ଗୃହର ପରିବେଶ ଅଶାନ୍ତ ହୋଇପଡିଥିଲା । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାହରମ୍ବାର ମୁଲତବି ଘୋଷଣା କରିଥିଲେ । ତେବେ ଗତକାଲି ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ଅନୁÂିତ ହୋଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ମନ୍ତ୍ରୀ ଧାନ କିଣା ସମ୍ପର୍କରେ ଗୃହରେ ନିଜ ଆଡୁ ବିବୃତି ରଖିଥିଲେ । ୍ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଧାନକିଣା ନେଇ ବିବୃତି ଦେବା ପରେ ବିରୋଧୀ ଦଳ ନେତା କହିଛନ୍ତି ଯେ, ନବୀନ ନିବାସ ଯିବା ଆମର ଭୁଲ୍ ଥିଲା ଏବଂ ଆମକୁ ପ୍ରତାରଣା କରାଯାଇଛି । ମନ୍ତ୍ରୀଙ୍କୁ ବିବୃତି ପରେ ଗୃହରେ ବିରୋଧୀଙ୍କ ହଟଗୋଳ ଫଳରେ ପୁଣି ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ସହ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତିି ।
ତେବେ ବିଜେପିର ଏଭଳି ହାଇଡ୍ରାମାକୁ କଟାକ୍ଷ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବରଯାତ୍ରୀ ଭଳି ନବୀନ ନିବାସ ଆଡେ ଯାଇଥିଲେ । ଫୁଲଚନ୍ଦନ ଲଗାଇ, ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସ୍ୱାଗତ କରିଥିଲେ । ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସରେ ଅପେକ୍ଷା କରିଥିଲେ । ବିଜେଡି ବିଧାୟକମାନେ ବଡିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ । ବିଜେଡି-ବିଜେପି ଭାଇଭାଇ ଆଗରୁ କହିଥିଲୁ । କାଲି ପ୍ରମାଣିତ ହୋଇଗଲା ବୋଲି ସେ କହିଛନ୍ତି ।

Comments (0)
Add Comment