ଧାରଣାରୁ ଉଠିଲେ ମମତା

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଂଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି ଓ ଏହି ନିଷ୍ପତି ବିରୋଧରେ ମମତା ମଙ୍ଗଳବାର ଧାରଣାରେ ୩ ଘଂଟା ବସିବା ପରେ ଏହା ପ୍ରତ୍ୟାହାର କରିନେଇଥିବା ପ୍ରକାଶ । ସୂଚନାଯୋଗ୍ୟ, ମମତାଙ୍କ ଉପରେ କଟକଣା ପରେ ପରେ ନିର୍ବାଚନ କମିଶନମଧ୍ୟ କୋଲକାତାର ବିଜେପି କର୍ମକର୍ତା ତାପସ ବାବୁଙ୍କ ଉପରେ ୪୮ଘଂଟା ନିର୍ବାଚନ ପ୍ରଚାର ନକରିବାକୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଏହା ପରେ ପରେ କୋଲକାତାରେ ଗାନ୍ଧୀ ମୂର୍ତି ନିକଟରେ ଧାରଣା ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରୁ ଉଠିଥିବା ଜଣାପଡିଛି । ହିନ୍ଦୁ-ମୁସଲମାନଙ୍କୁ ନେଇ ମମତାଙ୍କ ମନ୍ତବ୍ୟ ପରେ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ କଟକଣା ଲାଗୁ କରିଥିଲେ ଓ ଅନୁରୂପ ଢଙ୍ଗରେ ତାପସ ବାବୁଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନ ତାଙ୍କ ଉପରେ ପ୍ରଚାର କଟକଣା ଜାରି କରିଛନ୍ତି । ସୂଚନାଯୋଗ୍ୟ, ଗତ ୮ ତାରିଖରେ ହୁଗୁଳିରେ ମମତା ନିର୍ବାଚନୀ ପ୍ରଚାର ପାଇଁ ଦଳ ପକ୍ଷରୁ ଆୟୋଜିିତ ଏକ ଜନସଭାରେ ଯୋଗଦେଇ ମୁସଲିମ୍ ଭୋଟଗୁଡିକୁ ବିଭାଜନ ନ କରିବାକୁ ମନ୍ତବ୍ୟ ଦେଇଥିଲେ ଏହି ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗ ତାଙ୍କ ଉପରେ କଟକଣା ଲାଗୁ କରିଥିଲେ । ଏପ୍ରିଲ୍ ୧୨ ରାତି ୮ଟାରୁ ଏପ୍ରିଲ୍ ୧୩ ରାତି ୮ଟା ପର୍ଯ୍ୟନ୍ତ ମମତା କୌଣସି ପ୍ରକାର ନିର୍ବାଚନୀ ପ୍ରଚାରରେ ଯୋଗଦେଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିଦେ୍ର୍ଧଶ ଦେଇଥିଳେ । ଏହା ପ୍ରତିବାଦରେ ମମତା ଧାରଣା ଦେଇଛନ୍ତି ।ଜ

Comments (0)
Add Comment