ରାଜ୍ୟରେ ଚାଲିଛି ଟ୍ରାଫିକ ଧରପଗଡ  । କଡାକଡି କରାଯାଉଛି ଯାଂଚ  । ଅମାନିଆ ଗାଡି ଚାଳକକୁ ପଡୁଛି ମୋଟା ଅଙ୍କର ଜରିମନା  । ଏହି କ୍ରମରେ ନାବାଳକକୁ ଗାଡି ଚଳାଇବା ପାଇଁ ୩୫ ହଜାର ଟଙ୍କା ଫାଇନ କରାଯାଇଛି ।  ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆାଟଣାରେ  । ନାବାଳକ ଜଣକ ଗାଡିିିି ନେଇ ଡାକ୍ତଖାନା ଛକ ଦେଇ ଯାଉଥିବା ବେଳେ ଟ୍ରାଫିକରେ ଅଟକାଇ ପଚରାଉଚରା କରିବା ବେଳେ ସେ ଧରାପଡିଛନ୍ତି  । ତେବେ ଉକ୍ତ ଗାଡିଟିକୁ ଜିିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟର ଏଏସଆଇ  ସୁଶାନ୍ତ ପାତ୍ରଙ୍କ   ଜିମା ଦେଇଥିଲେ  ।  ନାବଳକ ଜଣକ ଗାଡି ଚଳାଇବା ପାଇଁ ୩୫ ହଜାର ଫାଇନ କଟିଛି  । ତେବେ ଏହି ନାବାଳକର ଅଭିଭାବକ ଏହି ଫାଇନ ପୈଠ କଲେ ଉକ୍ତ ଗାଡି ଫେରାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି