ନିର୍ବାଚନ ବିଜୟ ଶୋଭାଯାତ୍ରା ନିଷିଦ୍ଧ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ଦୃଷ୍ଟିରୁ ଆସନ୍ତା ୨ ତାରିଖ ଦିନ ଭୋର୍ଟ ଗଣତି ପରେ ରାଜନୈତିକ ଦଳମାନଙ୍କର ବିଜୟ ଶୋଭାଯାତ୍ରା ଉପରେ ନିର୍ବାଚନା କମିଶନ ନିଷେଧାଦେଶ ଜାରି କରିଛନ୍ତି । ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେତା ପ୍ରାର୍ଥୀଙ୍କୁ କିମ୍ବା ତାଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିବାକୁ ଦୁଇରୁ ଅଧିକ ବ୍ୟକ୍ତିଙ୍କ ଅନୁମତି ଦିଆଯିବ ନାହିଁ । ଗତକାଲି ମାଡ୍ରାସ ହାଇକୋର୍ଟ ନିର୍ବାଚନ କରିଶନଙ୍କୁ ଭସôର୍ନା କରିବାପରେ ଆଜି କମିଶନ ଏହି ପଦକ୍ଷପ ଗ୍ରହଣ କରିଛନ୍ତି । ହାଇକୋର୍ଟ କମିଶନକଙ୍କ ବିରୋଧରେ ହତ୍ୟାମାମଲା ରୁଜୁ ପାଇଁ କଟୁମନ୍ତବ୍ୟ ଦେଇଥିଲେ । କାରଣ କରୋନା ସଙ୍କଟ ଆରମ୍ଭ ହୋଇଥିବା ସତ୍ୱେ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିକୁ ବନ୍ଦ କରି ନ ଥିଲେ । ଯେଉଁଥିପାଇଁ ନିର୍ବାଚନ ଥିବା ରାଜ୍ୟଗୁଡିକରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିଯାଇଥିଲା । ଏପରି କି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେଲେ ବି କିଛି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହାବ୍ୟତୀତ ଅଦାଲତ ଆୟୋଗଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଥିଲେ । ଯଦି ମେ’ ୨ ସୁଦ୍ଧା କୋଭିଡ ସମ୍ପର୍କିତ ଗାଇଡଲାଇନ ପାଳନ ନ ହୁଏ ଏବଂ ଏହାର ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ ନ ହୁଏ, ତେବେ କୋର୍ଟ ଭୋଟଗଣତି ଉପରେ ରୋକ ଲଗାଇବେ ବୋଲି ଚେତାଇ ଦେଇ କହିଥିଲେ ।

Comments (0)
Add Comment