ଭୁବନେଶ୍ୱର- ଆସନ୍ତା ୨୩ ତାରିଖ ନୂଆଖାଇ ପାଇଁ ସମ୍ବଲପୁର ସଟଡାଉନକୁ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାହାର ପ୍ରଭାବ ନୂଆଖାଇରେ ପଡିବ । ପର୍ବ ସମୟରେ କିଣାବିକା ଓ ଯାଆସ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସଟଡାଉନ ସମୟରେ ପରିବର୍ତନ କରି ଦୁଇ ଦିନ ପୂର୍ବରୁ ବା ପରେ ସଟଡାଉନ କରିବାକୁ ଜୟନାରାୟଣ ମିଶ୍ର ଅନୁରୋଧ କରିଛନ୍ତି ।