ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦିର୍ଘ ୯ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି । ହେଲେ ଏଯାଏଁ ଖୋଲା ହୋଇନାହିଁ । ଏବେଇ ଗୁଡାଏ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ଖୋଲା ହୋଇପାରି ନାହିଁ । ହେଲେ ନୂଆ ବର୍ଷରେ ଖୋଲିପାରେ କଲେଜ । ଆଶା କରୁଛୁ ନୂଆବର୍ଷରେ ପିଲା କଲେଜରେ କ୍ଲାସ କରିବେ । ହେଲେ ଏ ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତି ନେବେ । ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି କଥା କହିଛନ୍ତି । ତେବେ ସଚିବ କହିଛନ୍ତି , ୟୁଜି ଓ ପିଜି ପାଇଁ ସେମିଷ୍ଟାର ପରୀକ୍ଷା ଘୁଂଚିବା କ୍ଲାସରେ ୭୦ /୮୦ ଦିନ ପାଠପଢା ହେବା ପରେ ପରୀକ୍ଷା କରିବୁ । ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତେବେ ସିଲାବସ ହ୍ରାସ କରିବା ପାଇଁ ଚିନ୍ତା କରାଯାଇପାରେ । ଏହା ସହିତ ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ ଫେଲ ହାର ବଢିବ ବୋଲି ଶ୍ରୀ ମିଶ୍ର ଆଶଙ୍କା କରିଛନ୍ତି ।