ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର


କୋଲକତା- ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେପ୍ଟମ୍ବର ୧୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ପ୍ରାନ୍ତରୁ ଗାଡିମୋଟର ଯୋଗେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଅସିବେ । ତେଣୁ ଆସନ୍ତା ୧୧ ଓ ୧୨ ତାରିଖ ଦିନ କଟକଣାକୁ କୋହଳ କରିବା ପାଇଁ ଛାତ୍ରଛାତ୍ର ମାନେ ମମତାଙ୍କୁ ଅନୁରୋଧ ରକ୍ଷା କରିଥିଲେ । ଶେଷରେ ଆଗାମୀ ପରୀକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି ମମତା ବାନାର୍ଜୀ ।

Comments (0)
Add Comment