ନେସଲର’ର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟପାଇଁ ହାନିକାରକ!

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ । ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିଜେ ସ୍ୱୀକାର କରିଛି । କମ୍ପାନୀର ଏକ ଅନ୍ତରୀରଣ ଅଡିଟ୍ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ସ ସ୍ୱାସ୍ଥ୍ୟ ପାଇର୍ ହାନିକାରକର ବୋଲି କମ୍ପାନୀ ସ୍ୱୀକାର କରିଛି ।
ନେସଲେ କମ୍ପାନୀ ଭାରତରେ କିଟ୍‌କାଟ୍ ଚକୋଲେଟ୍‌, ଆଇସ୍‌କ୍ରିମ୍‌, ଦୁଗ୍ଧ ଜାତ ସମାଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସମାଗ୍ରୀ ବିକ୍ରି କରୁଛି । ବିଶ୍ୱରେ ନେସଲେ ଏକ ବଡ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ । କମ୍ପାନୀର ଭାମୂର୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ଭାବମୂର୍ତି ସଜାଡିବାକୁ ପ୍ରୟାସ କରିଛି ଏହି କମ୍ପାନୀ । ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା । ନେସଲେ କହିଛି ଏବେ ତାର ସାମଗ୍ରୀରେ କେତେ ପୃଷ୍ଟିକର ମୂଲ୍ୟ ରହିଛି ତାର ପରୀକ୍ଷା କରୁଛି । ସମଗ୍ର ରଥନୀତି ବଦଳାଇବାକୁ ପ୍ରସ୍ତୁତି ଚାଲିଛି । ଉତ୍ପାଦଗୁଡିକ ଯଥାସମ୍ଭବ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପ୍ରତି ହିତକାରକ କରିବାକୁ ପ୍ରୟାସ ଚାଲିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ନେସଲେର ୩୭ ପ୍ରତିଶତ ଖାଦ୍ୟ ଏବଂ ପାନୀୟଜଳର ରେଟିଂ ୩.୫ ରହିଛି । ଏହା ଅଷ୍ଟ୍ରେଲିଆର ହେଲ୍‌ଥ୍ ଷ୍ଟାର ରେଟିଂ ସିଷ୍ଟମ୍ ଦ୍ୱାରା ଜାରି କରାଯାଇଛି । ଏହି ସିଷ୍ଟମ୍ ଅଧୀନରେ ଉତ୍ପାଦର ମୂଲ୍ୟାୟନ ମୋଟ୍ ୫ଷ୍ଟାର ଯାଏ ଦିଆଯାଏ । ଏହି ରେଟିଂକୁ ମଧ୍ୟ ଆନ୍ତର୍ଜତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାର ନଜର ରହିଛି । କମ୍ପାନୀ କହିଛି ପୂର୍ବରୁ କୌଣସି ଉତ୍ପାଦ ଉପରେ ଅଭିଯୋଗ ଆସିଲେ କମ୍ପାନୀ ତାର ପୋର୍ଟଫୋଲିଓ ବଦଳ କରେ । ଉଦାହରଣ ସ୍ୱରୂପ ଭାବରେ କମ୍ପାନୀ କହିଛି ଆମେ ଆମର ଉତ୍ପାଦରେ ଚିନି ଏବଂ ସୋଡିୟମ୍ ପରିମାଣକୁ କମାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି କାମ ମୁଖ୍ୟତଃ କରାଯାଇଛି । ଗତ ୭ ବର୍ଷ ମଧ୍ୟରେ ଚିନି ଏବଂ ସୋଡିୟମ୍‌ର ପରିମାଣ ୧୪-୧୫ ପ୍ରତିଶତ ହ୍ରାସ କରିଛି ନେସଲେ । କମ୍ପାନୀ କହିଛି ଏହାର ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ । କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି ।
ସେହିପରି ୬୦ ପ୍ରତିଶତ ଦୁଗ୍ଧଜାତ ଦ୍ରବ୍ୟ ଏବଂ ୮୨% ଜର ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ୩.୫ର ଗୁଣାତ୍ମକ ପୂରଣ କରୁଛି । ଏହି ରିପୋର୍ଟକୁ ଦୃଷ୍ଟିରେ ରଖି କମ୍ପାନୀ କହିଛି ଯେ,ଏହାର ସମ୍ପୂର୍ଣ୍ଣ ଉତ୍ପାଦ ପୋର୍ଟଫୋଲିଓରେ ବିଶେଷ କରି ଖାଦ୍ୟ ଏବଂ ପାନୀୟ ବିଭାଗରେ ପରିବର୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ଉତ୍ପାଦଗୁଡିକର ପୃଷ୍ଟିକର ପ୍ରୋଫାଇଲନ୍ କରାଯିବ ଏବଂ ଏହା ଉନ୍ନତ ହେବ । କମ୍ପାନୀ କହିଛି ଯେ, ଲୋକମାନଙ୍କୁ ସ୍ୱାଦିଷ୍ଟ ଏବଂ ସୁସ୍ଥ ଆହାର ଯୋଗାଇବା ପାଇଁ ପ୍ରୟାସ ପୂର୍ବରୁ ଯେମିତି ଚାଲିଥିଲା ସେମିତି ଜାରି ରହିବ । ଆଗାମୀ ଦିନକରେ କିଭଳି ତ୍ରୁଟି ପରିଲିକ୍ଷିତ ହୋଇଥିବା ଖାଦ୍ୟ ସାମଗ୍ରୀକୁ ସ୍ୱାସ୍ଥ୍ୟକର କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ ।

Comments (0)
Add Comment