ପଂଚ ଭୂତରେ ଲୀନ ହେଲେ ବାଲସୁବ୍ରମଣ୍ୟମ


ଚେନ୍ନାଇ- ପଂଚ ଭୂତରେ ଲୀନ ହେଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମ । ତାମିଲନାଡୁ ତିରୁଭାଲ୍ଲୁର ଜିଲ୍ଲା ଥମରାଇପାକ୍କମ ଠାରେ ଥିବା ଗୋଟିଏ ଫାର୍ମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ପାର୍ଥିବ ଶରୀର ଲୀନ ହୋଇଛି । ଗତକାଲି ତାଙ୍କ ମରଶୀରକୁ କୋଦାବକ୍କମର କାମଧର ନଗରରେ ଥିବା ତାଙ୍କ ଘରକୁ ଅଣାଯାଇଥିଲା । ସେ କରୋନାରେ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ଭୟ ନକରି ଶେଷ ଦର୍ଶନ କରିଥିଲେ । ବାଲ ସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଥିଲେ ଓ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଥିଲା ।

Comments (0)
Add Comment