‘ପରୀ’କୁ ନ୍ୟାୟ ପାଇଁ ଏବେ ଦିଲ୍ଲୀରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ନୟାଗଡର କୁନି ଝିଅ ‘ପରୀ’କୁ ନ୍ୟାୟ ପ୍ରଦାନ ମାମଲା ଏବେ କିଲ୍ଲୀରେ ପହଞ୍ଚିଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏହି ଘଟଣା ନେଇ ସୋମବାର ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠା ଯାଇଛି। ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ଡକ୍ଟର ପାତ୍ର ଦାବି କରିଛନ୍ତି। ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରାଯାଉ। ସେହିପରି ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷରେ ନୟାଗଡ ଜିଲ୍ଳାପାଳ ଓ ଏସପି ଦିଲ୍ଲୀରେ କମିଶନଙ୍କ ନିକଟରେ ହାଜର ହୋଇ ତାଙ୍କର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କମିଶନ ବିଧିବଦ୍ଧ ତଦନ୍ତ କରି ‘ପରୀ’ର ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

Comments (0)
Add Comment