ପରୀ ହତ୍ୟାକାଣ୍ଡ : ନୟାଗଡ଼ ଯଦୁପୁରରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା

ନୟାଗଡ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁରେ ପହଞ୍ଚିଛନ୍ତି। ଅରୁଣ ବ୍ରୋଥାଙ୍କ ସହ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ପରୀର ଗାଁ ଯଦୁପରରେ ପହଞ୍ଚି ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏଥି ସହ ଯେଉଁ ସ୍ଥାନରେ ପରୀର ମୃତଦେହ ମିଳିଥିଲା ସେହିସ୍ଥାନକୁ ଯାଇ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଛାନ୍‌ଭିନ୍‌ କରିଥିବା ଜଣାପଡିଛି। ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଜିଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ଆଜି ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା କରିଥିଲେ। ଜିଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଗାଁ ଯଦୁପୁର ଯାଇ ଛାନ୍‌ଭିନ୍‌ କରୁଥିବା ଜଣାପଡିଛି। ଅନ୍ୟପଟେ ପରୀରୁ ନ୍ୟାୟ ଦେବା ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ଦାବି ହୋଇ ଆସୁଛି। ରାଜ୍ୟର ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ଆନ୍ଦୋନଳ କରୁଛନ୍ତି। ବିଜେପି ପକ୍ଷରୁ ଆଜି ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ କଂଗ୍ରେସ ବିଧାୟକ ବହୁ ଚର୍ଚ୍ଚିତ ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଯାହା ନାମରେ ବି ଅଭିଯୋଗ ଆସୁଛି ମନ୍ତ୍ରୀ ଅରୁଣ ସାହୁ ହୁଅନ୍ତୁ କିମ୍ବା ତାଙ୍କ ସହଯୋଗୀ ହୁଅନ୍ତୁ ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରିବା ଦରକାର। କୁନି ଝିଅ ପରୀକୁ ନ୍ୟାୟ ମିଳିବା ଦରକାର। ଏସଆଇଟି ତଦନ୍ତ ପାଇଁ ଆମେ ଦୁଇ ମାସ ଅପେକ୍ଷା କରିବୁ। ଏଥିପାଇଁ ସରକାର ମଧ୍ୟ ସହମତ ହୋଇଛନ୍ତି। ଯଦି ଦୁଇ ମାସ ମଧ୍ୟରେ ରିପୋର୍ଟ ନଆସିବ ତେବେ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜୋର ଧରିବ। ଯାହାକି ନବୀନ ସମ୍ଭାଳି ପାରିବେନି। ଅପର ପକ୍ଷରେ ସୁର କହିଛନ୍ତି ଯେ, ଏସଆଇଟି ତଦନ୍ତରେ ମୁଁ ଖୁସୀ ଅଛି। ପରୀ ହତ୍ୟା ଘଟଣା ଯାଂଚ୍ ପାଇଁ ଯେଉଁ କମିଟି ଗଠନ ହୋଇଛି ତାହାର ଚେୟାରମ୍ୟାନ ଜଣେ ଉଚ୍ଚକୋଟୀର ଅଫିସର। ସେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କାହାକୁ ଛାଡିବେନି। ପରୀ ପ୍ରସଙ୍ଗରେ ଦଳ ମଧ୍ୟରେ କୌଣସି ଦ୍ଵିମତ ନାହିଁ ବୋଲି ସୁର କହିଛନ୍ତି।

Comments (0)
Add Comment