ପଶ୍ଚିମବଙ୍ଗରେ ଦିଦିଙ୍କ ହ୍ୟାଟ୍ରିକ୍

ନୂଆଦିଲ୍ଳୀ: ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍ସି) କ୍ରମାଗତ ୩ୟ ଥର ପାଇଁ ବାଜିମାତ୍ କରିଛି । ଫଳରେ ବିଜେପିର ଆଶା ଧୂଳିସାତ ହୋଇଯାଇଛି । ଚୂଡାନ୍ତ ନିର୍ବାଚନ ଫଳାଫଳ ଘୋଷିତ ହୋଇନଥିଲେ ମଧ୍ୟ ଭୋଟ ଗଣତି ଧାରାରୁ ରାଜ୍ୟର ୨୯୪ଟି ଆସନ ମଧ୍ୟରୁ ଶାସକ ତୃଣମୂଳ କଂଗ୍ରେସ ୨୧୦ଟି ଆସନ୍ରେ ଅଗ୍ରଣୀ ରହିଛି । ସେହିପରି ବିଜେପି ମାତ୍ର ୮୦ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ମେଂଟ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୨ଟି ଆସନରେ ଅଗ୍ରଣୀ ଅଛନ୍ତି । ମର୍ଯ୍ୟଦା ଜନକ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ବିଜୟ ହୋଇଛନ୍ତି । ସେ ଏକଦା ତାଙ୍କର ଅନ୍ତରଙ୍ଗ ଘନିଷ୍ଟ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ନନ୍ଦିଗ୍ରାମରେ ସୁଶ୍ରୀ ବାନାର୍ଜୀ କଡା ଟକ୍କର ସମ୍ମୁଖୀନ ହୋଇଛନ୍ତି । ପ୍ରାଥମୀକ ପର୍ଯ୍ୟାୟରେ ସେ ଅଧିକାରୀଙ୍କ ଠାରୁ ପଛରେ ଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ତାଙ୍କୁ ପଛରେ ପକାଇଦେଇଥିଲେ । ତେବେ ମାତ୍ର ୧୨ଶହ ଭୋଟ୍ରେ ସେ ଅଧିକାରୀଙ୍କୁ ପରାସ୍ତ କରି ବିଜୟୀ ଘୋଷିତ ହୋଇଛନ୍ତି ।
ସେହିପରି ତାମିଲନାଡୁରେ ଡିଏମ୍କେ. ଦିର୍ଘ ୧୦ ବର୍ଷ ପରେ କ୍ଷମତାସୀନ ହେବା ସ୍ପଷ୍ଟ ସଙ୍କେତ ମିଳିଛି । ରାଜ୍ୟର ୨୩୪ଟି ଆସନ ମଧ୍ୟରୁ ଡିଏମ୍କେ ୧୫୦ଆସନରେ ଅଗ୍ରଣୀ ଥିବା ବେଳେ ଶାସକ ଏଆଇଏ ଡିଏମ୍କେ ୮୩ରେ ଏବଂ ଏମଏନ୍ଏମ୍ର ମୁଖ୍ୟ ଅଭିନେତା କମଲା ହାସନ୍ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଅଗ୍ରଣୀ ଅଛନ୍ତି ।
ଆସାମରେ ଅଣକଂଗ୍ରେସ ଦଳ ଭାବେ ବିଜେପି ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପି କ୍ଷମତାସୀନ ହେବା ଭୋଟ ଗଣତି ଧାରାରୁ ସ୍ପଷ୍ଟ ହୋଇଛି । ରାଜ୍ୟର ୧୨୬ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୭୩ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୦ଟି ଏବଂ ଅନ୍ୟାନ୍ୟ ଦଳ ୩ଟି ଆସନରେ ଅଗ୍ରଣୀ ଅଛନ୍ତି ।
ସେହିପରି କେରଳରେ ବାମପନ୍ଥ୍ୀ ସମୁଖ୍ୟ (ଏଲ୍ଡିଏଫ୍) ଦୀର୍ଘ ୪ ଦଶନ୍ଦି ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବା ସଙ୍କେତ ସ୍ପଷ୍ଟ ହୋଇଛି । ରାଜ୍ୟର ୧୪୦ଟି ବିଧାନସଭା ଆସନ ମଧ୍ୟରୁ ବାମପନ୍ଥୀ ସାମୁଖ୍ୟ ୮୮ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୪୬ଟି, ବିଜେପି ମେଂଟ ୩ଟି, ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଅଗ୍ରଣୀ ଅଛନ୍ତି ।
ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ଆସନ୍ ମଧ୍ୟରୁ ବର୍ତମାନ ସୁଦ୍ଧା ଘୋଷିତ ୨୦ଟି ଆସନ ମଧ୍ୟରୁ ବିଜେପି-ଏଆଇଏ ଡିଏମ୍କେ ମେଂଟ ୧୨ଟି, କଂଗ୍ରେସ ୬ଟି ଏବଂ ଅନ୍ୟଦଳ ମାତ୍ର ଗୋଟିଏ ଆସନ୍ରେ ବିଜୟ ହୋଇଛନ୍ତି । ଭୋଟ୍ ଗଣତି ଧାରାରୁ ପୁଡୁଚେରୀରେ ବିଜେପି -ଏଆଇଡିଏମ୍କେ ମେଂଟ କ୍ଷମତାସିନ୍ ହେବା ସ୍ପଷ୍ଟ ହୋଇଯାଇଛି ।
ଉଲ୍ଳେଖଯୋଗ୍ୟ ଯେ, ଏକ୍ଜିଟ୍ପୋଲ୍ର ପୂର୍ବାନୁମାନ ସତ୍୍ୟରେ ପରିଣତ ହୋଇଛି ।
ଆଜି ସକାଳ ୮ଟାରୁ କୋଭିଡ୍ ୧୯ ନିୟମ

Comments (0)
Add Comment