ପାଣି ପାଇଁ ଡହଳ ବିକଳ,କୁଲେଈ ମୁଣ୍ଡାବସ୍ତି ବାସିନ୍ଦା

କଣିହାଁ : ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହ ଯୋଗୁଁ ସମସ୍ତ ଅଂଚଳରେ ପାଣିର ସ୍ରୋତ କମିବାକୁ ଲାଗିଛି l ଫଳରେ ଲୋକେପାଣି ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି l ପାଣି ସମସ୍ୟା ପାଇଁ ଲୋକେ ବ୍ରାହ୍ମଣୀ ନଦୀର ଅଳିଆ, ଆବର୍ଜନା ପାଣି ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି l ଏଇଭଳି ସମସ୍ୟା ଦେଖିବାକୁ ମିଳିଛି, ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ କୁଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏନଏଚ ରାସ୍ତା ଠାରୁ ତିନି ଶହ ମିଟର ଦୂରରେ ଥିବା ମୁଣ୍ଡାବସ୍ତିରେ ପାଣି ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଉକ୍ତ ବସ୍ତିରେ  30 ଟି ପରିବାର ଏବଂ 90 ରୁ ଉର୍ଦ୍ଧ ଜନସଂଖ୍ୟା ଅଛି l ବସ୍ତିରେ ଗୋଟାଏ ବି ନଳକୂପ ନଥିବା ବେଳେ ଆଜକୁ ଦୀର୍ଘ ତିନି ବର୍ଷ ହେବ ସରକାରଙ୍କ ଅନୁଦାନରେ  ପାଣି ଟାଙ୍କି ତିଆରି ହୋଇଛି l କିନ୍ତୁ ବଡ଼ ଦୁଃଖର ବିଷୟ ସେ ଟାଙ୍କି ଭାଙ୍ଗି ରୁଜିଯାଇ ଆବର୍ଜନା ହୋଇ ପଡିଛି, ମୁଣ୍ଡା ବସ୍ତି ବାସିନ୍ଦା ଲୋକଙ୍କ କହିବା ଅନୁଯାଇ ଉକ୍ତ ପାଣି ଟାଙ୍କି ଆଜିକୁ ତିନି ବର୍ଷ ହେବ କାହା ସ୍ୱାର୍ଥରେ କାର୍ଯ୍ୟ କରାଯାଇଛି l ଯାହା ଫଳରେ ବସ୍ତିବାସିନ୍ଦାର ମହିଳା ମାନେ ପାଞ୍ଚ ଶହ ମିଟର ଦୂର ବ୍ରାହ୍ମଣୀ ନଦୀକୁ ଯାଇ ପାଣି ଆଣି ବ୍ୟବହାର କରୁଛନ୍ତି l ସେଠାକାର ପାଣି ମଧ୍ୟ ଖରାପ ସତ୍ୱେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା କହିଛନ୍ତି l ଯାହା ଫଳରେ ନାନାଦି ରୋଗ ହେବା ଫଳରେ କଷ୍ଟରେ ପଡୁଛନ୍ତି l ଉପାୟ ଶୁନ୍ୟ ହୋଇ ବସ୍ତି ବାସିନ୍ଦାଙ୍କୁ ପାଞ୍ଚ ଶହ ମିଟର ଦୂର ବ୍ରାହ୍ମଣୀ ନଦୀକୁ ଯାଇ ଅଳିଆ, ଆବର୍ଜନା ପାଣିକୁ ଖାଇବା ସହିତ ଗାଧେଇବା ପାଇଁ ବ୍ୟବହାର କରୁଛନ୍ତି l ନୂତନ ନଳକୂପ କିମ୍ବା ପାଣି ଟ୍ୟାଙ୍କର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ଥର ଅଭିଯୋଗ କରାଯାଇଥିବା ସତ୍ୱେ କୌଣସି ପ୍ରତିକାର କରାଯାଉନାହିଁ l କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି lଏ ସଂକ୍ରାନ୍ତରେ କଣିହାଁ ବ୍ଲକର ଆର ଡବ୍ଲୁ ଏସ ଏସ ଦାୟିତ୍ୱରେ ଥିବା ଜେଇଙ୍କୁ ପଚାରି ବୁଝିବାରୁ, ସେ କହୁଛନ୍ତି କି, ତୁମେ ବି ଡି ଓ .ଓ. ସି ଡି ଓ ଙ୍କୁ ଲିଖିତ ଆକାରରେ ଲେଖା ଦିଅ ବୋଲି କହୁଛନ୍ତି l ଏଠି ପ୍ରଶ୍ନ ଉଠୁଛି ଯେ, ଯେଇ…. ମହାଶୟ ଯଦି ଏ କାମ ବିଷୟରେ ଜାଣି ନାହାନ୍ତି, ତାହେଲେ ଏ ପାଣି ଟାଙ୍କି କାହା ସ୍ୱାର୍ଥରେ ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି …..? କଣିହାଁ ବି ଡି ଓ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି କି ଏହା ତଦନ୍ତ କରି ପାଣି ବ୍ୟବସ୍ଥା କରାଯିବ l ଏ ବିଷୟରେ କୁଲେଇ ସରପଞ୍ଚକୁ ପଚାରିବାରୁ ସେ କହିଲେ କି ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁନାହାନ୍ତି l ବାକି ରହିଲା କେବେ ପହଞ୍ଚିବ ବସ୍ତି ବାସିନ୍ଦାଙ୍କ ପାଖରେ ବିଶୁଦ୍ଧ ପାଣି….

Comments (0)
Add Comment