ପାନୀୟ ଜଳ ଯୋଗାଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋସକରା : କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତର ୱାର୍ଡ ନଂ ୬ ବଡପଡା ରେ ଲାଗି ରହିଛି ପାନୀୟ ଜଳ ସମସ୍ୟା । ଜଳ ସମସ୍ୟା ସମାଧାନ ଦାବି ରେ ପଡାର ମହିଳାମାନେ ମଙ୍ଗଳବାର ଏକ ଦାବିପତ୍ର ବ୍ଲକ କାର୍ଯାଳୟ ସମେତ ପଞ୍ଚାୟତ ରେ ଦେବାପରେ କୌଣସି ନିର୍ଭର ପ୍ରତିଶୃତି ମିଳିନଥିଲା । ଏହାର ପ୍ରତିବାଦରେ ବଡପଡାର ଶତାଧିକ ମହିଳା ଜାତୀୟ ରାଜପଥ ନଂ୨୬ କୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରି ରାସ୍ତା ଉପରେ ଗରା, ବାଲ୍ଟି ରଖି ପାନୀୟ ଜଳ ପାଇଁ ଅଡ଼ି ବସିଥିଲେ । ଏଥି ସହିତ ନୂଆପଡା ନଦୀ ରୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ ରୁ ସରପଞ୍ଚ ଚଞ୍ଚକତା କରି ନିଜ ଚାଷଜମି ରେ ଏକ ପଏଣ୍ଟ କରି ପାଣି ର ଅପବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ରାସ୍ତା ଅବରୋଧ ହେବା ଫଳରେ ରାସ୍ତା ର ଉଭୟ ପାଶ୍ୱର୍ରେ ରେ ଶହ ଶହ ସଂଖ୍ୟା ରେ ଗାଡି ମୋଟର ଅଟକି ରହିବା ସହ ଟ୍ରାଫିଙ୍କ ସମସ୍ୟା ଦେଖା ଦେଇଥିଲା । ଘଟଣା ସମ୍ପର୍କରେ ଖବର ପାଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ପହଞ୍ଚି ମହିଳା ମାନଙ୍କ ସହ ଆଲୋଚନା କରି ସରପଞ୍ଚ ଙ୍କ ସହ କଥାବାର୍ତ୍ତା ହୋଇ ପାନୀୟ ଜଳ ସମସ୍ୟା ର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା । ଏହି ଆନ୍ଦୋଳନ ରେ ଫୁଲତୋଳା ଖମାରି, ରଶ୍ମିତା ଶଗଡ଼ିଆ, ରେବତୀ ଖମାରି, ରାନୀ ବାଗ, ପ୍ରଫୁଲ୍ଲ ନାଏକ ସମେତ ବଡପଡା ର ଅନ୍ୟ ମହିଳା ମାନେ ସାମିଲ ହୋଇଥିଲେ । ଏନେଇ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ମତାମତ ନେବାରୁ ବିଭିନ୍ନ ପଡାକୁ ଘଣ୍ଟାଏ ଲୋଖାଏ ପାଇପ ପାଣି ଯୋଗଣ ହେଉଛି । ଖରା ଦିନ ହୋଇଥିବା ରୁ ନଦିରେ ମଧ୍ୟ ପାଣି ସ୍ତର କମି ଯାଇଛି, ନୂତନ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ପଞ୍ଚାୟତକୁ ହସ୍ତାନ୍ତର ହୋଇ ନାହିଁ, ଅଉ ପାଣି ଅପବ୍ୟବହାର କରୁଥିବା ଅଭିଯୋଗ ଭିତ୍ତିହିନ ବୋଲି କହିଛନ୍ତି ।

Comments (0)
Add Comment