ପି.ଏମ୍- କେୟାର୍ସ ପାଣ୍ଠିରେ ପ୍ରତିଷ୍ଠା ହେବ ୧୬୨ଟି ମେଡିକାଲ୍‍ ଅକ୍ସିଜେନ୍‍ ଉତ୍ପାଦନ କାରଖାନା

ନୂଆଦିଲ୍ଲୀ: ଦେଶରେ ଆଉ ଅତିରିକ୍ତ ୧୬୨ଟି ମେଡିକାଲ ଅକ୍ସିଜେନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପି,ଏମ-କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ୨୦୧ କୋଟି ୫୮ ଲକ୍ଷ ଟଙ୍କା ବଂଟନ କରାଯାଇଛି ।ମୋଟ ପ୍ରକଳ୍ପ ବାବଦ ଖର୍ଚ୍ଚ ମଧ୍ୟରେ ୧୩୭ କୋଟି ୩୩ ଲକ୍ଷ ଟଙ୍କା ଯୋଗାଣ ଓ କାରଖାନା ସ୍ଥାପନ ଏବଂ ସେଂଟ୍ରାଲ ମେଡିକାଲ ସ୍ଲାଇ ଷ୍ଟୋର ପରିଚାଳନା ଫି’ ବାବଦରେ ଦିଆଯାଇଥିବାବେଳେ ୬୪ କୋଟି ୨୫ ଲକ୍ଷ ଟଙ୍କା ବାର୍ଷିକ ରକ୍ଷଣାବେକ୍ଷଣ ଠିକା ବାବଦରେ ଦିଆଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଂଟ୍ରାଲ ମେଡିକାଲ ସପ୍ଲାଇ ଷ୍ଟୋର ଦ୍ୱାରା ସଂଗ୍ରହ କାର୍ଯ୍ୟ କରାଯିବ । ୩୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୧୫୪.୧୯ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୬୨ଟି କାରଖାନା ସ୍ଥାପନ କରାଯିବ । ଏହି କାରଖାନାଗୁଡିକ ସ୍ଥାପନ ହେବାକୁ ଥିବା ସରକାରୀ ହସ୍ପିଟାଲକୁଡିକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ସହ ପରାମର୍ଶ କରାଯାଇ ଚିହ୍ନଟ କରାଯାଇଛି । କାରଖାନାଗୁଡିକୁ ପ୍ରଥମ ୩ ବର୍ଷ ଲାଗି ୱାରେଂଟି ଦିଆଯିବ । ପରବର୍ତୀ ୭ବର୍ଷ ପାଇଁ ପ୍ରକଳ୍ପ ମଧ୍ୟରେ ବାର୍ଷିକ ରକ୍ଷଣାବେକ୍ଷଣ ଠିକାକୁ ସାମିଲ କରାଯାଇଛି । ସମ୍ପୃକ୍ତ ରାଜ୍ୟ କିମ୍ବା ହସ୍ପିଟାଲଗୁଡିକ ଦ୍ୱାରା ନିୟମିତ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ କରାଯିବ । ଏହି ରକ୍ଷଣାବେକ୍ଷଣ ଠିକା ଅତିବାହିତ ହୋଇଯିବା ପରେ ସମଗ୍ର ଉତ୍ପାଦନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ସମ୍ପୃକ୍ତ ରାଜ୍ୟ ଓ ହସ୍ପିଟାଲଗୁଡିକ ଦ୍ୱାରା କରାଯିବ । ଏହି ବ୍ୟବସ୍ଥାଦ୍ୱାରା ଦେଶରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ମଜବୁତ୍ ହେବା ସହିତ ଶସ୍ତାରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ନିଶ୍ଚିତ ହୋଇପାରିବ । କୋଭିଡରେ ସଂକ୍ରମଣ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ ଯୋଗାଣ ଅତ୍ୟନ୍ତ ଅନରିହାର୍ଯ୍ୟ ହୋଇପଡିଛି । ତା’ ଛଡା ଅନ୍ୟ ଯେଉଁ ରୋଗଗୁଡିକ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି, ତାହାର ପୂରଣରେ ଏହା ମଧ୍ୟ ସାହାର୍ଯ୍ୟ କରିବ

Comments (0)
Add Comment