ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

କ୍ରମାଗତ ସାତ ଦିନ ସ୍ଥିର ରହିବା ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ରେକର୍ଡ ସ୍ତରରେ ଥିବାବେଳେ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ଡିଜେଲ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଛି। ଭାରତୀୟ ତୈଳ ନିଗମ ଅନୁଯାୟୀ, ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଁ ଲିଟର ପିଛା ୮୬ ଟଙ୍କା 65 ପଇସା ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୨୦ ପଇସା ଓ କୋଲକାତାରେ ଏହା ୩୨ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮ ଟଙ୍କା ୧ ପଇସା ହୋଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୩୧ ପଇସା ବୃଦ୍ଧି ପାଇଛି ଫଳରେ ଗୋଟିଏ ଲିଟର ପେଟ୍ରୋଲ ୮୯.୧୩ ପଇସାରେ ବିକ୍ରି ହେଉଛି। ପ୍ରଥମ ଥର ପାଇଁ ଏହା ମୁମ୍ବାଇରେ ୯୩ ଟଙ୍କା ଏବଂ ଚେନ୍ନାଇରେ ଲିଟର ପିଛା ୮୯ ଟଙ୍କା ଅତିକ୍ରମ କରିଛି। ଦିଲ୍ଲୀରେ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ୭୬ ତାଙ୍କ ୮୩ ପଇସା ହୋଇଛି, ଯାହା ଗତ ଜୁଲାଇ ୩୦ ପରେ ରେକର୍ଡ ସ୍ତର ଅଟେ। ଏହାର ମୂଲ୍ୟ ମୁମ୍ବାଇରେ ୩୭ ପଇସା ବୃଦ୍ଧି ପାଇ ୮୩ ଟଙ୍କା ୬୭ ପଇସା, ଚେନ୍ନାଇରେ ୩୩ ପଇସା ବୃଦ୍ଧି ପରେ ୮୨ ଟଙ୍କା ୪ ପଇସା ଏବଂ କୋଲକାତାରେ ୩୩ ପଇସା ବୃଦ୍ଧି ପାଇବା ଫଳରେ ତାହା ୮୦ ଟଙ୍କା ୪୧ ପଇସାରେ ପହଂଚିଛି।

Comments (0)
Add Comment