ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ୍

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ବୃଦ୍ଧି ବିରୋଧରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ଆଜି ଦେଶ ବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ଓ ଧାରଣା ଦେଇଥିଲା ବେଳେ ଦେଶର ୩ ରାଷ୍ଟ୍ରାୟତ ତୈଳ କମ୍ପାନୀ ଆଜି ପୁଣି ତୈଳଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୨୫ରୁ ୨୯ ପଇସା ବଢିଥିଲା ବେଳେ ଡିଜେଲ୍‌ର ମୂଲ୍ୟ ୨୭ରୁ ୩୦ ପଇସା ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ମୂଲ୍ୟ ୧୦୨ ଟ ଅତିକ୍ରମ କରିଥିଲା ବେଳେ ଦିଲ୍ଲୀରେ ୯୫ଟ ୮୫ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୬ ଟ ଅତିକ୍ରମ କରିଛି । ପ୍ରକାଶ ଥାଉକି ଓଡିଶା ସମେତ ୭ଟି ରାଜ୍ୟ ତଥା ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଲଦାଖର କେତେକ ସହରରେ ପେଟ୍ରୋଲ ଲିଟର ୧୦୦ଟଙ୍କା ଉପରେ ରହିଛି ।

Comments (0)
Add Comment