ପୁଣି ୫୦ ଟଙ୍କା ବଢିଲା ରନ୍ଧନଗ୍ୟାସ୍

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ତୈଳ କମ୍ପାନି ଗୁଡିକ ଗତକାଲି ପୁଣି ରନ୍ଧନଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡିଶାରେ ନୂଆ ଦର ଏବେ ୭୬୯ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।
ଏହା ପୂର୍ବରୁ ଦିଲ୍ଲୀରେ ଅଣ-ସବିସିଡି ସିଲିଣ୍ଡରର ଦର ୬୯୪ ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା । ଏହାବ୍ୟତୀତ ଡିସେମ୍ବରରେ ଦିଲ୍ଲୀରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦରରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ପୁଣିଥରରେ ୫୦ ଟଙ୍କା ବୃଦ୍ଧି କରାଯିବା ନେଇ ଖାଉଟୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ଦେଖିବାକୁ ଗଲେ ପ୍ରତିମାସର ପ୍ରଥମ ତାରିଖରେ ଏଲପିଜିର ଦାମରେ ପରିବର୍ତନ ହୋଇଥାଏ । ଏଥର ଗତପହିଲାରୁ କେବଳ କମର୍ଶିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମରେ ୧୯୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହି ରିହାତି ପରେ ଦେଶର ରାଜଧାନୀରେ ୧୯ କିଲୋ ବିଶିଷ୍ଟ ସିଲିଣ୍ଡରର ଦର ୧୫୩୩ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯ ଟଙ୍କା ହୋଇଛି । କିନ୍ତୁ ଘରୋଇ ଗ୍ୟାସର ଦାମରେ କୌଣସି ପରିବର୍ତନ କରାଯାଇନଥିଲା ।
ଇତିିମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଲଗାତାର ଗତ ୬ ଦିନ ହେଲା ବଡିଚାଲିଛି । ଏହାଦ୍ୱାରା ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ୍ ଦର ୯୦ ଟଙ୍କା ଟପିସାରିଛି । ଏହାସହିତ ଆଜି ପୁଣି ଏଲ୍ପିଜି ଦର ବୃଦ୍ଧି କରିଛନ୍ତି ।

Comments (0)
Add Comment