ପୁଲିସ ମୁଖ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ନିରବ ପ୍ରାର୍ଥନା

କଟକ: ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଦୁଇ ମିନିଟ ନିର ବପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଅଭୟ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଏ.ଆଇ.ଜି, ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନା ଯୋଗ୍ୟଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଦେଶବ୍ୟାପି ଶହୀଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି।

Comments (0)
Add Comment