ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଉତର ପୂର୍ବାଂଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି ।
୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ବିଶେଷ ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡି ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍‌, ବିଜୟୱାଡା, ଆରାକୋନମ୍‌, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ । ୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ବିଶେଷ ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ତାମ୍ବରମରୁ ୨୮ ଜୁନ୍‌, ୨୦୨୧ ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଘ.୫୫ମି.ରେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ସୀଲଘାଟ-ତାମ୍ବରମ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ୱର, ବିଶାଖାପାଟନମ୍‌, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

Comments (0)
Add Comment