ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଦିଲ୍ଲୀର ୩, ମୋତିଲାଲ ନେହେରୁ ପ୍ଲେସ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଝିଅ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ବାସଭବନରେ କ୍ୱାରେଂଟାଇନ ନୋଟିସ ଲଗାଯାଇଥିବା ଜଣାପଡ଼ିଛି । ଏହା ସହ ସହାୟକଙ୍କ ପୂରା ପରିବାରକୁ ସଙ୍ଗରୋଧରେ ରଖାଯାଇଛି । ବର୍ତମାନ ସମୟରେ ତାଙ୍କ ବାସଭବନକୁ କୌଣସି ପ୍ରକାରର ଗତିବିଧି ଉପରେ ରୋକ ଲଗାଯାଇଛି । ତେବେ ବାହାରକୁ ଯିବାପାଇଁ ବା କାହା ସହ ଦେଖା କରିବା ପାଇଁ ଅନୁମତି ନ ଥିବାରୁ ବର୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବୈଠକରେ ଭାଗ ନେଉଛନ୍ତି ।