ନୁଆଦିଲ୍ଳୀ,୧୯.୬ (ଏଜେନ୍ସି): ଦେଶରେ ତୈଳ ଦର ଥମିବାର ନାଁ ଧରୁନାହିଁ । କ୍ରମାଗତ ୧୩ ଦିନ ହେଲା ନିୟମିତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ୧୩ ଦିନରେ ପେଟ୍ରୋଲ ଦର ୬.୫୧ ଟଙ୍କା ଓ ଡିଜେଲ ଦର ୭.୦୭ ଟଙ୍କା ମହଙ୍ଗା ହେଲାଣି
ଆଜି ପେଟ୍ରୋଲର ଲିଟର ପିଛା ଦର ୫୬ ପଇସା ଓ ଡିଜେଲ ୬୩ ପଇସା ବଢିଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୮.୩୭ ଟଙ୍କା ଓ ଡିଜେଲ ୭୬.୦୬ ଟଙ୍କାରେ ପହଞ୍ଚିଛି । ତେବେ ବେଙ୍ଗାଲୁରୁରେ ପେଟ୍ରୋଲର ଲିଟର ପିଛା ଦର ୫୮ ପଇସା ଓ ଡିଜେଲର ଲିଟର ପିଛା ଦର ୬୦ ପଇସା ମହଙ୍ଗା ହୋଇଛି । ନୁଆ ଦର ପରେ ବେଙ୍ଗାଲୁରୁରେ ପେଟ୍ରୋଲର ଲିଟର ପିଛା ଦର ୮୦ ଟଙ୍କା ପାର କରିଛି । ଏଠାରେ ପେଟ୍ରୋଲ ୮୦.୯୧ ଟଙ୍କା ଓ ଡିଜେଲ ଦର ୭୩.୨୮ ଟଙ୍କା ରହଛି ଜୁନ ୭ରୁ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ ୭୭.୮୯ ଟଙ୍କା ହୋଇଥିଲା ବେଳେ ଡିଜଲେର ଦର ୭୪.୯୩ ଟଙ୍କାରେ ପହଂଚିଛି ।