ଭୁବନେଶ୍ୱର- ରାଜ୍ୟ ସରକାର ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସିଲାବସ କମାଇବା ପାଇଁ ବିଏସଇ, ସିଏଚସିଇ ଓ ଏସସିଇଆଟି ପ୍ରସ୍ତାବ ଦେଇଥିଲେ । ତେବେ ସ୍କୁଲ କେବେ ଖୋଲିବ ତାହା ନିଷ୍ପତି ହୋଇନି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଳିବକି ନାହିଁ କେନ୍ଦ୍ର ନିଷ୍ପତି ନେବ ।