ପ୍ରଧାନବିଚାରପତି ଭାବେ ଜଷ୍ଟିସ୍ ଏନ୍ଭି ରମଣାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ଏନ୍ଭି ରମଣାଶପଥ ନେଇଛନ୍ତି । ରାଷ୍ଟ୍ରପତ୍ି ଭବନରେ ଆୟୋଜିତ ସକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦୀ, ସୁପି୍ରମ୍କୋଟର ବିଦାୟୀ ପ୍ରଧାନ ବିଚାରପତି ଏସ୍ବୋବଡେଙ୍କ ସହ ବହୁ ବିଚାରପତି ଓ ମାନ୍ୟଜନ୍ ବ୍ୟକ୍ତି ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ସୁପି୍ରମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଏସ୍ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବନିଯୁକ୍ତ ହୋଇଥିବା ଜଷ୍ଟିସ୍ ଏନ ଭି ରମଣା ଶପଥ ଗ୍ରହଣ କରିଛନ୍ତି । ଆସନ୍ତା ୨୦୨୨ ଅଗଷ୍ଟ ୨୬ ତାରିଖ ଦିନ ସେ ପ୍ରଧାନବିଚାରପତି ପଦରୁ ଅବସର ଗ୍ରହଣ କରିବେ ।
ଜଷ୍ଟିସ୍ ଏନ ଭି ରମଣା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରିଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଚରେ ସାମ୍ବାଦିକତା କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପି୍ରଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ୍ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଳୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।

Comments (0)
Add Comment