ବଙ୍ଗୋପସାଗରରେ ଲଘୁଚାପ : ଆଜିଠୁ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଲଘୁ ଚାପ ପ୍ରଭାବରେ ରାଜ୍ୟର ଉପକୂଳ ବର୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରିଣ ଓ ପଶ୍ଚିମାଞ୍ଚଳରେ ଆସନ୍ତାକାଲି ଠାରୁ ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବେଶ କରିବ େ ବାଲି ଭାରତୀୟ ପାଣି ପାଗ ବିଭାଗରୁ ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି । ବିଭାଗର ଆକଳନ ଅନୁସାରେ, ସେହି ସମୟ ମଧ୍ୟରେ ଓଡିଶା ସମେତ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ବି ଛୁଇଁବ ମୌସୁମୀ ବାୟୁ । ତେବେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ମଧ୍ୟପ୍ରଦେଶ, ବିହାରରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ପ୍ରବେଶ କରିପାରେ । ସେପଟେ ମହାରାଷ୍ଟ୍ର ଓ ଗୁଜୁରାଟର କିଛି ଅଂଚଳରେ ଆଗୁଆ ମୌସୁମୀ ପ୍ରବେଶ କରି ସାରିଛି । ମୌସୁମୀ ପ୍ରଭାବରେ ଏବେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । କିଛି କିଛି ସ୍ଥାନରେ ଜଳବନ୍ଦୀ ହେବା ଭଳି ମଧ୍ୟ ପରିସ୍ଥିତି ଉପୁଜିଛି । ଆଜି ସକାଳୁ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ରାସ୍ତା ଉପରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ।

Comments (0)
Add Comment