ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବାରମ୍ବାର ବୃଦ୍ଧି ଘଟୁଥିବାରୁ ବାଧ୍ୟ ହୋଇ ପରିବହନ ବିଭାଗ ଏକାଧିକ ବାର କିଲୋମିଟର ପିଛା ଭଡାର ମୂଲ୍ୟ ବୃଦ୍ଧି କରିଛନ୍ତି । ସଦ୍ୟ ବଢିଥିବା ବସ୍ଭଡା ଅନୁଯାୟୀ ଯାତ୍ରୀମାନଙ୍କୁ ଏଣିକି ପ୍ରତି କିଲୋମିଟର ପିଛା ସାଧାରଣ ବସ୍ରେ ୬ ପଇସା, ଏକ୍ସପ୍ରେସ୍ ବସ୍ରେ ୭ ପଇସା , ଡିଲକ୍ସ ବସ୍ରେ ୭ ପଇସା ଓ ଏସି ଡିଲକ୍ସ ବସ୍ରେ ୮ ପଇସା ବର୍ଦ୍ଧିିତ ହାରରେ ଭଡା ଦେବାକୁ ପଡିବ ।
ଅନ୍ୟପକ୍ଷରେ ସୁପର ପ୍ରିମିୟମ ଭଡା କ୍ଷେତ୍ରରେ କିଲୋମିଟର ପିଛା ଏହା ୨ଟଙ୍କା ୧୭ ପଇସାକୁ ବୃଦ୍ଧି ପାଇଥିବା ଜଣାପଡିଛି ।
ପରିବହନ ବିଭାଗ ଏସଂକ୍ରାନ୍ତରେ କୌଣସି ଏକ ଠୋସ୍ ପଦକ୍ଷେପ ନନେଲେ ଆଗକୁ ଏହା ରାଜ୍ୟରେ ସମସ୍ୟା ସୃଷ୍ଟି କରିବା ଏବଂ ଏଥିନେଇ ଲୋକମାନେ ଅଧିକ ହଇରାଣ ହେବା ନିଶ୍ଚିତ ବୋଲି ଅନେକ୍ ସମାଜସେବୀ ମତପ୍ରକାଶ କରିଛନ୍ତିି ।

Comments (0)
Add Comment