ବନାଗ୍ନି ରୋକିବାପାଇଁ ଟାଟାଷ୍ଟିଲର ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : ଟାଟାଷ୍ଟିଲ୍ ଲିମିଟେଡ ଦ୍ୱାରା ପରିଚାଳିତ ଯୋଡା ୱେଷ୍ଟ ଏବଂ ବାମେବାରି ଆଇରନ ଓ ମାଙ୍ଗାନିଜ ଖଣି ପକ୍ଷରୁ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ନିକଟରେ ଏକ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I 
ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ ବନ ସଂରକ୍ଷକ, କେନ୍ଦୁଝର ବନଖଣ୍ଡ, ଶ୍ରୀ ଅକ୍ଷୟ ଛତ୍ରିଆ, ବନାଞ୍ଚଳ ଅଧିକାରୀ, ଚମ୍ପୁଆ,  ମୁଖ୍ୟବକ୍ତା ଶ୍ରୀ ଅବନିଶ କୁମାର, ମୁଖ୍ୟ ପରିଚାଳକ, ମାଙ୍ଗାନିଜ ଗୃପ ଅଫ ମାଇନ୍ସ , ଯୋଡ଼ା ଏବଂ ଟାଟାଷ୍ଟିଲ୍ ର ବରିଷ୍ଠ ଅଧିକାରୀ ଶ୍ରୀ ସବ୍ୟସାଚୀ ମିଶ୍ର, ଅନୁଭବ ମିଶ୍ର, ବୀରେନ୍ଦ୍ର ଜେନା ଏବଂ ଶ୍ରୀକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ I ବସନ୍ତ ଋତୁରେ ପତ୍ରଝଡା ଓ ଶୁଷ୍କ ପାଣିପାଗ କାରଣରୁ ପ୍ରାକୃତିକ ଏବଂ ଅପ୍ରାକୃତିକ ଉପାୟରେ ଜଙ୍ଗଲର ସ୍ଥାନେ ସ୍ଥାନେ ଲାଗୁଥିବା ବନାଗ୍ନିକୁ ଆୟତ୍ତ କରିବା ତଥା ଜଙ୍ଗଲର ସୁରକ୍ଷା ପ୍ରଦାନ କରିବା ଦିଗରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ, ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। ତେଣୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସମସ୍ତେ ଶପଥ ନେବାକୁ ସମସ୍ତେ ଆହ୍ବାନ ଦେଇଥିଲେ । ଏହାସହିତ ପଥପ୍ରାନ୍ତ ନାଟକ ଓ ପାଲା ମାଧ୍ୟ୍ୟମରେ ଜଜାଙ୍ଗ, ବନ୍ଧୁଆବେଡ଼ା, ପଳସା, ଗୁରୁତୁଆଁ, କମାରଯୋଡ଼ା, ବାଉଁଶପାଣି, ଦଲପାହାର , ଯୋଡ଼ା, ଓ ଵିଛାକୁଣ୍ଡି  ପ୍ରଭୁତି ଗ୍ରାମ ଗୁଡିକରେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା I  ଏହି କାର୍ଯ୍ୟକ୍ରମରେ ବିଶେଷ କରି ସ୍ଥାନୀୟ ଅଧିବାସୀ, ଛାତ୍ରଛାତ୍ରୀ, ମହିଳା ଓ ପ୍ରକୃତି ପ୍ରେମୀ ତଥା ବନ ସୁରକ୍ଷା ସମିତିର ସଭ୍ୟ ଓ କର୍ମକର୍ତ୍ତା ଯୋଗଦେଇ ଥିଲେ। ଏହି ଅବସରରେ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ଥିବା ଜଙ୍ଗଲରେ ନିଁଆ ନ ଲଗାଇବା ପାଇଁ ଏକ ସଚେତନତା ରଥକୁ  ପରିଭ୍ରମଣ କରାଯାଇଥିଲା I ଟାଟାଷ୍ଟିଲ୍ ତରଫରୁ ଅନୁଭବ ମିଶ୍ର ଓ ଶ୍ରୀକାନ୍ତ କୁମାର ଦାଶ ଉପସ୍ଥିତ ରହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Comments (0)
Add Comment