ଭୁବନେଶ୍ୱର- ବନ୍ୟା ସ୍ଥିତିକୁ  ନେଇ  ରାଜ୍ୟର ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ । ମାଲକାନାଗିରି, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି  ସୃଷ୍ଟି ହୋଇଛି । ଚାଷ ଜମିରେ  ପାଣି ମାଡିଯାଇଛି ।  ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ଥର ବୃଦ୍ଧି ପାଉଛି । ବ୍ୟାନରେ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି  ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ବିଶେଷ କରି  ଚାଷ ଜମି ଅଧିକ କ୍ଷୟକ୍ଷତି ହୋଇଛି ।