ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ

ପୁରୀ: ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ “ୟୁଥ୍ ଫର୍ ଭଲୁ୍ୟଂଟାରୀ ୱାର୍କ’ ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ବିଶୁଳିପଡ଼ା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଅନୁଷ୍ଠାନର ସ୍ୱେଚ୍ଛାସେବୀ ସଦସ୍ୟମାନେ ବିଭିନ୍ନ ପ୍ରକାରର ଫଳ ଓ ଔଷଧୀୟ ଗଛ ଲଗାଇଥିଲେ । ପୃଥିବୀକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଗଛ ଲଗାଇବା ନିହାତି ଦରକାର । ଗଛ ଆମକୁ ଅମ୍ଳଜାନ ଦିଏ ଏବଂ ଅମ୍ଳଜାନ ବିନା ମଣିଷ ବଂଚିବା ସମ୍ଭବପର ନୁହେଁ । ଏହା ଛଡ଼ା ଗଛ ଆମକୁ ବିଭିନ୍ନ ପ୍ରକାରର ଫଳ ଦିଏ ଯାହାକୁ ଖାଇ ମଣିଷ ସୁସ୍ଥ ରହେ । ଉତପ୍ତ ଖରାରେ ବାଟୋଇଟି ଚାଲିଯାଉଥିବା ବେଳେ ଏହି ଗଛର ଛାଇରେ ବିଶ୍ରାମ କରେ । ଗଛଠାରୁ ଏହିଭଳି ଅନେକ ଉପକାର ପାଇଲେ ମଧ୍ୟ ମଣିଷ ଆଗପଛ ବିଚାର ନ କରି ଗଛ କାଟିଥାଏ ଓ ନିଜର ଜୀବଦଶା ମଧ୍ୟରେ ଗଛଟିଏ ଲଗାଏ ନାହିଁ । ଏହି ପରିପ୍ରେକ୍ଷୀରେ ଗଛ ହିଁ ଜୀବନ’, ଗଛ ଲଗାନ୍ତ, ପରିବେଶ ବଂଚାନ୍ତୁୁ’ ସ୍ଲୋଗାନ୍ ଦେଇ ସାରା ଓଡ଼ିଶାରେ ସଚେତନ ବାର୍ତା ଦେବା ସହ ଟ୍ରଷ୍ଟ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ସହ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବ ।

Comments (0)
Add Comment