ବସ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି । ଆଜି ସକାଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ସୂଚନା ଦେଇଥିଲେ । ଗତକାଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପଦ ହୋଇଥିବା ସୂଚନା ମିଳିଥିଲା । ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ଜାଣିବା ପରେ ଆଜି ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରୁଛି । ଆଉ କେତେକ ସ୍ଥାନକୁ ବସ୍ ଚଳାଚଳ କରି ପାରି ନାହିଁ । ସେହି ସ୍ଥାନକୁ କିପରି ବସ୍ ଚଳାଚଳ କରିବ ଆମେ ପ୍ରସ୍ତୁତ ହେଉଛି । ଶ୍ରୀ ସାହୁ ଆହୁରି କହିଛନ୍ତି, ଆମେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଥିଲୁ । ହେଲେ ଆମେ ଆନ୍ଦୋଳନ କରିବୁ ନାହିଁ । ପରିସ୍ଥିତି ଉପରେ ନଜର ରଖିଛୁ, ଦିନ ଗୋଟାଏ ପରେ ଯାହା ନିଷ୍ପତ୍ତି ନେବୁ । ବର୍ତ୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି । ବର୍ତ୍ତମାନ ସୁଦ୍ଧା ଆମ ଡ୍ରାଇଭର ଓ ହେଲପରଙ୍କୁ କେହି ଖରାପ ବ୍ୟବହାର କରି ନାହାନ୍ତି । ରାସ୍ତାରେ ମଧ୍ୟ କେହି ଗାଡ଼ି ଅଟକାଇ ନାହାନ୍ତି । ସୁରକ୍ଷିତ ଭାବେ ବସ୍ ଚଳାଚଳ କରୁଛି ବୋଲି ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ବସ୍ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ପୁଲିସ ମଧ୍ୟ କୌଣସି ସୁରକ୍ଷା ଦେଇନଥିଲା । ଯାହାଫଳରେ କେତେକ ସ୍ଥାନରେ ବସ୍ କର୍ମଚାରୀଙ୍କୁ ମାଡ଼ ଖାଇବା ସହ ଅପମାନିତ ହେବାକୁ ପଡ଼ିଥିଲା । ଏଥିପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ବସ୍ ଚଳାଚଳ ବନ୍ଦ କରିବୁ । ଆଜି ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ପ୍ରତିବାଦ କରିବୁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ଚେତାବନୀ ଦେଇଥିଲା ।

Comments (0)
Add Comment