ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ

ବରଗଡ଼ : ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି । ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ ଚିହ୍ନ ରହିଛି । ଏଣୁ ବାଘକୁ ଗୁଳି କରି ଶିକାର କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଖୋଲତାଡ ଆରମ୍ଭ କରିଛି ।  ଏହି ଘଟଣାରେ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଭିତରୁ ସତ୍ୟବାନ ସାହୁ ପୂର୍ବରୁ ବାଘ ଶିକାରରେ ସଂପୃକ୍ତ ଥିଲା । ୨୦୧୮ ବରଗଡ଼ ଡିଭିଜନର ଭଟଲି ରେଞ୍ଜ ଅଧିନ ଖଜୁରିଆ ଗାଁରେ ଗୋଟିଏ ମହାବଳ ବାଘ ଶିକାର କରିବା ଅଭିଯୋଗରେ ଧରାପଡ଼ି ଜେଲ୍ ଯାଇଥିଲା। ଜେଲରୁ ଫେରିବା ପରେ ସତ୍ୟବାନ ପୁଣି ବାଘ ଶିକାର କରିଥିବା ଅଭିଯୋଗ ହୋଇଛି।

Comments (0)
Add Comment