ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ +୨ ପରୀକ୍ଷା ବାତିଲ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ନିଷ୍ପତି ଗ୍ରହଣ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରମିର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ବାକିଥିବା ବିଷୟ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯିବ । ସୂଚନା ଯୋଗ୍ୟ ଯେ, ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦେଇଥିଲେ ।