ବାତ୍ୟାଂଚଳ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ୟସ’ କ୍ଷୟକ୍ଷତି ଆକଳନ ପାଇଁ ସୋମବାର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର କୃଷି ମନ୍ତ୍ରାଳୟ ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରାଳୟର ସହନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରାଳୟ ସହନିର୍ଦ୍ଦେଶକ ସୁରଜ କୁମାରେ ପ୍ରଧାନ, ରାସ୍ତା ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର ଭଦ୍ରକ ଗସ୍ତରେ ଆସିଥିବା ବେଳେ ଅନ୍ୟ ଏକ ଟିମ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍ ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ୱରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ କୈଳାସ କୁମାର, ଶକ୍ତି ବିଭାଜର ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିିର ପ୍ରଧାନ ଓ ମତ୍ସ୍ୟସମ୍ପଦ ବିଭାଗର ଟେକ୍ନିକାଲ ଅଧିକାରୀ ଦିଗାମ୍ବର ସ୍ୱାଇଁ ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ଦିନ ୧୨.୪୫ରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରୀୟ ଟିମ୍ ଧାମରାରେ ପହଂଚିବା ପରେ ବାତ୍ୟା ପ୍ରଭାବିତ ଦୋସିଙ୍ଗା ପଂଚାୟତର ସାବିତ୍ରୀସରାଇ, ପ୍ରଦ୍ୟୁତନଗର, ଜାଗୁଳା ପଂଚାୟତର ଜୟଦୁର୍ଗାପାଟଣା, ଚନ୍ଦନୀପାଳ ଆଦି ବୁଲି ଦେଖିଥିଲେ । ଏହି ସବୁ ଅଂଚଳରେ ଭାଙ୍ଗି ଯାଇଥିବା ଘର, ଉପୁଡି ପଡିଥିବା ବିଦ୍ୟୁତ ଖୁଂଟି, ଧୋଇ ଯାଇଥିବା ରାସ୍ତା ଅବସ୍ଥା ଅନୁଧ୍ୟାନ କରିଥିଲେ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଘର ଆସୁଥିବା ବେଳେ ଧାମରା ଅଂଚଳରେ ଏତେସଂଖ୍ୟାରେ ମାଟି ଓ ଚାଳ ଛକର ଘର ଦେଖି ପ୍ରତିନିଧି ଦଳ ବିସ୍ମିତ ହୋଇଥିଲେ । ପରେ ଧାମର କମ୍ୟୁନିଟି ସେଂଟରଠାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ । ଏହି ସମ୍ମିକ୍ଷା ବୈଠକରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷେତିର ରିପୋର୍ଟ ଦିୟାଯାଇଥିଲା । ଏଥିରେ ବାତ୍ୟା ଯୋଗୁ ୨୬୭ କୋଟି ୨ ଲକ୍ଷ ୮୮ ହଜାର ଟଙ୍କାର ସରକାରୀ ସମ୍ପତି ନଷ୍ଟ ହୋଇଥିଲା ବେଳେ ଘରଭଙ୍ଗା ବାବଦ ୩ କୋଟି ୨୨ ଲକ୍ଷ ୧୦ ହଜାର ୭ ଶହ ଟଙ୍କା କ୍ଷତି ହୋଇଥିବା ଦର୍ଶାଯାଇଛି । ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରବଣି ଦାସଙ୍କ ସମେତ ସମସ୍ତ ତହସିଲଦାର ଓ ବିଡିଓ ଏବଂ ଆରଡି, ଡ୍ରେନେଜ୍‌, ଜଳସମ୍ପଦ ଓ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରିମାନେ ଉପସ୍ଥିତ ଥିଲେ ବୈଠକ ପରେ କେନ୍ଦ୍ରୟ ଟିମ୍ ବାସୁଦେବପୁର ବ୍ଲକର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଥିଲେ । ସେହିପରି ସେମାବାର ପୂର୍ବାହ୍ନ ସାଢ଼େ ୧୦ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍‌ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱର ପହଂଚିବା ପରେ ଜିଲ୍ଳାପାଳ ସୁଦର୍ଶନ ଚକ୍ରବତିଙ୍କ ସହ ସଦର ବ୍ଲକର କୁରାଢ଼ିହା, ଚକସାର୍ଥାର ଭାଙ୍ଗିଥିବା ଲୁଣିବନ୍ଧ, ନଷ୍ଟ ଚାଶଜମି, ଚିଙ୍ଗୁଡିଘେରି ଓ ନଷ୍ଟ ହୋଇଥିବା ରାସ୍ତା ସମେତ ଚାନ୍ଦିପୁର, ବଳରାମ ଗଡି, ବାହନଗା ବ୍ଲକ ଓ ସୋର ବ୍ଲକର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ ।

Comments (0)
Add Comment