ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ’ର ସଫଳ ମୁକାବିଲା ପାଇଁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକଙ୍କୁ ଏବେ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି । ବାତ୍ୟାର ସଫଳ ମୁକାବିଲା ପାଇଁ ୟୁଏନ୍‌ଡିଆରଆର’ର ମୁଖ୍ୟ ମାନି ମିଜୌନ୍ତେରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭୁୟଂସୀ ପ୍ରଶଂସା କରି କହିଛନ୍ତି ଯେ, ଓଡିଶାର ବାତ୍ୟା ମୁକାବିଲା ମଡେଲକୁ ବିଶ୍ୱର ସମସ୍ତ ରାଷ୍ଟ୍ର ଅନୁସରଣ କରିବା ଉଚିତ୍ । ସାମୁଦ୍ରିକ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ନେକାରିଜ୍‌ମ୍ ଓ ନେଟୱାକ୍‌କୁ ସେ ଭୁୟଂସୀ ପ୍ରସଂଶା କରିଛନ୍ତି ।
ସେହିପରି କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଶ୍ରୀ ମାଧବନ୍ ରାଜିବନ୍ ମଧ୍ୟ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ପ୍ରଂଶାସା କରିଛନ୍ତି । ୧୯୯୯ ମହାବାତ୍ୟାରୁ ଓଡିଶା ଅନେକ୍ କିଛି ଶିକ୍ଷା ହୋଇପାରିଛି । ସେଥିପାଇଁ ମହାବାତ୍ୟା ପରେ ଆସିଥିବା ସମସ୍ତ ବାତ୍ୟାର ଓଡିଶା ସଫଳ ମୁକାବିଲା କରିପାରିଛି । ଅନ୍ୟରାଜ୍ୟମାନେ ମଧ୍ୟ ଏଥିରେ ଶିକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି । ସରକାର ଓ ଲୋକମାନଙ୍କ ସହଯୋଗ ବିନା ବାତ୍ୟା ସମ୍ପର୍କରେ ଆଗୁଆ ସୂଚନାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଜନସାଧାରଣଙ୍କ ସହଯୋଗ ଯୋଗୁଁ ୟାସ୍‌ର ସଫଳ ମୁକାବିଲା ସହ ଧନ ଜୀବନ ସୂରକ୍ଷିତ ରଖାଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ଏବଂ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ନୂଆଦିଲ୍ଲୀ ଫେରିଯିବା ପରେ ୟାସ୍‌ର ସଫଳ ମୁକାବିଲା ନେଇ ଓଡିଶା ସରକାରଙ୍କୁ ଭୂୟଂସି ପ୍ରଶଂସା କରିଥିଲେ ।
ପୂର୍ବରୁ ମଧ୍ୟ ବାତ୍ୟା ମୁକାବିଲା ନେଇ ଜାତିସଂଘ ସମେତ ବହୁ ଆର୍ନ୍ତଜାତକ ସଂସ୍ଥା ଓଡିଶା ସରକାରଙ୍କୁ ପ୍ରଶଂଶା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ମଧ୍ୟ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜିରୋ କାଜୁଆଲିଟି (ଶୂନ ମୃତ୍ୟୁ) ଓଡିଶା ସରକାରଙ୍କ ପ୍ରଥମ ଲକ୍ଷ ଥିଲା । ବାତ୍ୟା ଆସିବା ପୂର୍ବରୁ ମାତ୍ର ୪୮ ଘଂଟ ମଧ୍ୟରେ ରାଜ୍ୟ ସରକାର ଉପକୂଳ ବର୍ତୀ ଖାଲୁଆ ଅଞ୍ଚଳରୁ ୭ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । କରୋନା ମହାମାରୀ ସମୟରେ ବାତ୍ୟା ୟାସ୍‌’ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ସାମୁଦ୍ରକ ବାତ୍ୟା ୟାସ ବେଳେ ଗଛ ପଡି ମାତ୍ର ୨ଜଣଙ୍କ ମୃତ୍ୟୁ ଘଟିଥିଲା ଅଭିଯୋଗ ହୋଇଛି ।

Comments (0)
Add Comment