ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟସରକାର ସମ୍ପୃର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପିକେ ଜେନା କହିଛନ୍ତି ।
ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ସମସ୍ତବିଭାଗ ସଜାଗ ଏବଂ ସବିଶେଷ ଖସଡା ପ୍ରସ୍ତୁତ କରିଛନ୍ତି । ଫସଲ ଅମଳ ପାଇଁ ଚାଷୀଙ୍କୁ କୃଷି ବିଭାଗ ପରାମର୍ଶ ଦେଇଛି । ଜିଲ୍ଲାପ୍ରଶାସନ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିଥିଲା ବେଳେ ତଳିଆ ଅଞ୍ଚଳରୁ ଜନସାଧାରଣଙ୍କୁ ସୂରକ୍ଷିତ ସ୍ଥାନାନ୍ତର ପାଇର୍ ସରପଞ୍ଚ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ବାତ୍ୟା ଆଶ୍ରୟ ସ୍ଥଳକୁ ତୁରନ୍ତ ଚାଲିଆସିବା ପାଇଁ ସେ ଉପକୂଳିଆ ଅଞ୍ଚଳର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସେହିପରି ବାତ୍ୟା ସହ କରୋନା ଉପରେ ମଧ୍ୟ କଡା ନଜର ରଖାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କର କରୋନା ପରୀକ୍ଷା ହେବ । ଗର୍ଭବତୀ ମହିଳାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବ ନାହିଁ । ସେମାନଙ୍କୁ ସିଧା ହସ୍ପିଟାଲକୁ ପଠାଯିବ । ତେବେ ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣ ଯେଭଳି ବ୍ୟାହାତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ବାତ୍ୟା ବେଳେ ସମସ୍ତ ଟେଲିକମ୍ କମ୍ପାନୀ ଗୋଟିଏ ହୋଇ କାର୍ଯ୍ୟ କରିବାକୁ କୁହାଯାଇଛି । ଗୋଟିଏ ନେଟ୍‌ୱାକ୍ ଫେଲ ହେଲେ ଅନ୍ୟ ନେଟ୍‌ୱାକ୍ କାମ କରିବ ବୋଲି ସେ କହିଛନ୍ତି ।
ସେହିପରି ବାତ୍ୟା ପ୍ରବଣ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱାରାନିତ ପାଇଁ ୧୭ଟି ଏନ୍‌ଡିଆରଏଫ୍‌, ୨୫ଟି ଓଡ୍ରାଫ୍ ଓ ୧୫୦ଅଗ୍ନିଶମ ବାହୀନି ସଜାଗ୍ ରଖାଯାଇଛି । ଆସନ୍ତାକାଲି ବାତ୍ୟା ପ୍ରବଣ ଜିଲ୍ଳାଗୁଡିକୁ ସେମାନେ ଗ୍ରସ୍ତ କରିବେ ବୋଲି ଶ୍ରୀ ଜେନା କହିଛନ୍ତି ।

Comments (0)
Add Comment